ବଢ଼ିପାରେ ଦିବ୍ୟାଙ୍ଗ, ବୃଦ୍ଧ ଓ ବିଧବାଙ୍କ ଭତ୍ତା : ସ୍ୱାଧୀନତା ଦିବସରେ ଘୋଷଣା କରିପାରନ୍ତି ମୋଦି ସରକାର

23

କନକ ବ୍ୟୁରୋ : ସାରା ଦେଶର ବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବାଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରାକର ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଏନେଇ ବିଧିବଦ୍ଧ ଘୋଷଣା କରିପାରନ୍ତି । ବର୍ତ୍ତମାନ ସମୟରେ ସାରା ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ ପେନସନ୍ ମିଳୁଛି । ତେବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ପ୍ରାୟ ୪୮ ହଜାର କୋଟି ଟଙ୍କା ଅଧିକ ଦରକାର ହେବ । ଭତ୍ତା ବୃଦ୍ଧକିୁ ନେଇ ୨୪ ଜୁଲାଇରେ ଜାତୀୟ ସହାୟତା କାର୍ଯ୍ୟକ୍ରମ ବୈଠକ ବସିବ । କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀ ବୃ୍ଦ୍ଧାବସ୍ଥା ଓ ବିଧବା ପେନସନ ଯୋଜନାକୁ ନୂଆ ରୂପରେ ଉପସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ଏଥିପାଇଁ ସାମାଜିକ ଆର୍ଥିକ ଜନଗଣନା ହିସାବରେ ଆଧାର ତିଆରି ହେଉଛି ।

ଗ୍ରାମୀଣ ବିକାଶ ରାଜ୍ୟମନ୍ତ୍ରୀ ରାମକୃପାଳ ଯାଦବକ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସଦସ୍ୟ ରାଜ୍ୟ ବ୍ୟତୀତ ସ୍ୱୟଂସେବୀ ସଂସ୍ଥାଗୁଡ଼ିକୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ସମସ୍ତ ଅଂଶୀଦାରଙ୍କୁ ବୈଠକକୁ ଡାକିବାର ଉଦ୍ଦେଶ୍ୟ ହେଲା ସରକାର ଏକ ନୂତନ ଫର୍ମୁଲା ପ୍ରସ୍ତୁ୍ତ କରିବା ପାଇଁ ଚାହଁଛନ୍ତି ।

ବର୍ତ୍ତମାନ ବିଧବାମାନେ ପ୍ରତିମାସ ୨୦୦ ଟଙ୍କା ଓ ଦିବ୍ୟାଙ୍ଗ/ବୃଦ୍ଧଙ୍କୁ ୩୦୦ ଟଙ୍କା ପ୍ରତି ମାସ ପେନସନ୍ ମିଳୁଛି । ଏହାକୁ ବୃଦ୍ଧି କରାଯାଇ ପ୍ରତିମାସ ୫୦୦ ଟଙ୍କା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା ବ୍ୟତୀତ ୮୦ ବର୍ଷରୁ ଅଧିକ ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରତିମାସ ୫୦୦ ଟଙ୍କାର ଭତ୍ତା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।