ମୋଦିଙ୍କ ଚାରି ଦିନିଆ ତ୍ରିରାଷ୍ଟ୍ରୀୟ ଗସ୍ତ ! ବିମାନରେ କାଟିଲେ ୩୩ ଘଣ୍ଟା

14

କନକ ବ୍ୟୁରୋ : ତ୍ରିରାଷ୍ଟ୍ରୀୟ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫେରିଛନ୍ତି ଭାରତ । ସେ ଗତକାଲି ବିମାନବନ୍ଦରରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜ ତାଙ୍କୁ ସ୍ୱାଗତ କରିଥିଲେ । ତେବେ ଏହି ଗସ୍ତ କାଳରେ ବିମାନେରେ ସେ ବିତାଇଛନ୍ତି ୩୩ ଘଣ୍ଟା । ସମୟର ସର୍ବାଧିକ ବିନଯୋଗ କରିବାରେ ଅଭ୍ୟସ୍ତ ମୋଦିଙ୍କ ଏହି ଗସ୍ତ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ମୋଦିଙ୍କର ଏହା ଥିଲା ସବୁଠାରୁ ବ୍ୟସ୍ତବହୁଳ ଏବଂ ସ୍ୱଳ୍ପ ସମୟରେ ବହୁ ରାଷ୍ଟୀୟ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦି ଏହି ଗସ୍ତରେ କାଳରେ ଆମେରିକା, ପର୍ତ୍ତୁଗାଲ ଓ ନେଦରଲାଣ୍ଡରେ ସମୁଦାୟ ୩୩ଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ଏହି ୩ ରାଷ୍ଟ୍ର ଗସ୍ତରେ ମୋଦି ଆମେରିକା ବ୍ୟତୀତ ଅନ୍ୟ କେଉଁଠି ରାତ୍ରୀଯାପନ କରିନାହାନ୍ତି । ସେ ସମୁଦାୟ ୪ଟି ବିମାନରେ ଯିବା ଆସିବା କରିଥିବା ବେଳେ ୨ଟି ରାତ୍ରି ବିମାନରେ ଗସ୍ତ କରିଥିବା ଜାଣିବାକୁ ମିଳିଛି ।