ବିମସଟେକ୍ ସମ୍ମିଳନୀରେ ଯୋଗ ଦେବାକୁ ନେପାଳରେ ପହଁଚିଲେ ପ୍ରଧାନମନ୍ତ୍ରୀ ! କାଠମାଣ୍ଡୁରେ ମୋଦିଙ୍କୁ ଭବ୍ୟ ସ୍ୱାଗତ, ଆର୍ଥିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ।

33

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ନେପାଳ ଗସ୍ତ କରିଛନ୍ତି । ନେପାଳ କାଠମାଣ୍ଡୁରେ ପହଂଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ନେପାଳ ପ୍ରତିରକ୍ଷା ମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ସେଠାରେ ଆୟୋଜିତ ବିମସଟେକ ସମ୍ମିଳନୀରେ ମୋଦି ସାମିଲ ହୋଇଛନ୍ତି । ତେବେ ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ମୁଖ୍ୟତଃ ଆତଙ୍କବାଦ, ସୁରକ୍ଷା, ଡ୍ରଗ୍ସ କାରବାର, ସାଇବର କ୍ରାଇମ, ବାଣିଜ୍ୟ ବ୍ୟବସାୟ ଆଦି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।

ଏହି ଅବସରରେ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ମୋଦି ଭେଟିଛନ୍ତି । ଆଜି ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଆସନ୍ତାକାଲି ଶେଷ ହେବ । ଏହି ସମ୍ମିଳନୀ ପରେ ସଂଯୁକ୍ତ ଘୋଷଣା ପତ୍ର ମଧ୍ୟ ଜାରି କରାଯିବ । ଦକ୍ଷିଣ ଏସୀୟ ଓ ଦକ୍ଷିଣ ପୂର୍ବ ଏସୀୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ସ୍ଥାପିତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଗତ ୪ବର୍ଷ ମଧ୍ୟରେ ନେପାଳକୁ ମୋଦିଙ୍କର ଏହା ଚତୁର୍ଥ ଗସ୍ତ । ତେବେ ମୋଦିଙ୍କ ଏହି ନେପାଳ ଗସ୍ତ ଦୁଇଦିନିଆ ରହିଛି ।