ମୋଦି ପିଇଲେ ସମୁଦ୍ର ପାଣି ! ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ ସମୁଦ୍ରକୂଳର ମଜା ଉଠାଇଲେ ମୋଦି

102

କନକ ବ୍ୟୁରୋ : ଇସ୍ରାଏଲରେ ସମୁଦ୍ରକୂଳର ମଜା ଉଠାଇଲେ ମୋଦି । ହାଇଫାରେ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଇସ୍ରାଏଲର ଡୋର ସମୁଦ୍ରକୁଳରେ ପହଂଚିଥିଲେ ମୋଦି । ସେଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁଙ୍କ ସହ ସମୁଦ୍ରକୂଳର ମଜା ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଉଭୟ ନେତା ଗୋଟିଏ ଗାଡିରେ ଡୋର୍ ସମୁଦ୍ରକୂଳରେ ପହଂଚିଥିଲେ ।

ନେତାନ୍ୟାହୁ ନିଜେ ଗାଡି ଚଳାଉଥିବା ବେଳେ ମୋଦି ତାଙ୍କ ପାଖ ସିଟରେ ବସିଥିଲେ । ସେଠାରେ ମୋବାଇଲ୍ ୱାଟର ଫିଲ୍ଟଟରେସନ୍ ସିଷ୍ଟମ୍ ବିଷୟରେ ମୋଦିଙ୍କୁ ବୁଝାଇଥିଲେ ନେତାନ୍ୟାହୁ । ଅନ୍ୟ ନେତାମାନଙ୍କ ସହ ମୋଦି ମଧ୍ୟ ଫିଲ୍ଟର ହୋଇଥିବା ସମୁଦ୍ର ପାଣି ପିଇ ଥିଲେ । ଆଜି ସନ୍ଧ୍ୟା ୭ଟା ୩୦ରେ ଇସ୍ରାଏଲରୁ ଜର୍ମାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ମୋଦି ।