ସିକିମ୍ ବିବାଦ ନେଇ ଚୀନର କଠୋର ଅଭିମୁଖ୍ୟ! ଜି-୨୦ ସମ୍ମିଳନୀରେ ମୋଦିଙ୍କୁ ଭେଟିବେ ନାହିଁ ଚୀନ୍ ରାଷ୍ଟ୍ରପତି

23

କନକ ବ୍ୟୁରୋ : ସ୍ଥଗିତ ହୋଇପାରେ ଭାରତ ଓ ଚୀନର ଦ୍ୱୀପାକ୍ଷୀକ ଆଲୋଚନା । ମିଳିଥିବା ସୂଚନା ଅନୁସାରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନ ରଦ୍ଧ ହୋଇପାରେ । ଜି୨୦ ସମ୍ମିଳନୀ ସମୟରେ ହେବାକୁ ଥିବା ମୋଦି ଓ ଜି ଜିନପିଙ୍ଗ ଆଲୋଚନାକୁ ନେଇ ଦେଖା ଦେଇଛି ଦ୍ୱନ୍ଦ ।

କିଛି ଏଭଳି ଖବର ଏବେ ଚୀନ ସରକାରଙ୍କ ଦ୍ୱାରା ପରିଚାଳିତ ଖବର କାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି । ଅନ୍ୟପଟେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ କହିଛନ୍ତି ଏଭଳି କୈାଣସି ବୈଠକର ଯୋଜନା ନଥିଲା । ଆଉ ଏକ ଖବର ଅନୁଯାୟୀ ସୀମାରୁ ସେନା ପ୍ରତ୍ୟାହାର ପାଇଁ ଭାରତକୁ ଅପିଲ କରିଛି ଚୀନ୍ । ଏମିିତକି ସେନା ପ୍ରତ୍ୟାହାର ନ କଲେ ୧୯୬୨ ଯୁଦ୍ଧ ଠାରୁ ସ୍ଥିତି ଭୟଙ୍କର ହେବ ବୋଲି ଚୀନ୍ ଧମକ ଦେଉଛି ।

ଏମିତିିକି ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଶକ୍ତି ଶାଳୀ ହେଉଥିବା ରିପେର୍ଟରେ ଉଲ୍ଲେଖ ରହିଛି । ତଥାପି ସୀମାରେ ମନମାନି ବଢାଇ ଚାଳିଛି ଚୀନ୍ । ଏଭଳି ସମ୍ବେଦନଶୀଳ ସ୍ଥିତିରେ ଜୁଲାଇ ୭ରୁ ଜର୍ମାନୀରେ ଆରମ୍ଭ ହେବାକୁ ଯାଉଛି ଜି ୨୦ ସମ୍ମିଳନୀ । ଏହି ସମୟରେ ଭାରତ ଚୀନ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହେବା ନେଇ ସମ୍ଭାବନା ରହିଥିଲା । କିନ୍ତୁ ଚୀନର ମନମମାନୀ ଓ ଚୀନି ଖବର କାଗଜର ରିପୋର୍ଟ ଅନୁଯାୟୀ ଏବେ ଆଲୋଚନା ଅପେକ୍ଷା ଅଡୁଆ ବଢିପାରେ ।