ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଡା.ଏ.ପି.ଜେ ଅବଦୁଲ କାଲାମଙ୍କ ରାଷ୍ଟ୍ରୀୟ ସ୍ମାରକର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

70

ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମଙ୍କ ସ୍ମୃତିରେ ଆଜି ଅବଦୁଲ କାଲାମ ରାଷ୍ଟ୍ରୀୟ ସ୍କାରକର ଉଦଘାଟନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲାମଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାମେଶ୍ୱରମରେ ଆଜି ରାଷ୍ଟ୍ରୀୟ ସ୍ମାରକର ଊଦଘାଟନ କରିଛନ୍ତି । ଡା.ଏ.ପି.ଜେ ଅବଦୁଲ କାଲାମ ସ୍ମାରକର ଡିଜାଇନ୍ ଓ ଏହାର ନିର୍ମାଣ ରକ୍ଷା ଅନୁସନ୍ଧାନପ ଓ ବିକାଶ ସଂଗଠନ (ଡିଆରଡ଼ିଓ) କରିଛି । ଏହି କାର୍ଯ୍ୟକ୍ରମରେ ମୋଦି, କାଲାମଙ୍କ ପ୍ରତିମାକୁ ଅନାବରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ କାଲାମଙ୍କ ପରିବାର ଲୋକଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି ।

ଏହାପରେ ନରେନ୍ଦ୍ର ମୋଦି ‘କଲାମ ସନ୍ଦେଶ ବାହିନୀ’କୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ‘କାଲାମ ସନ୍ଦେଶ ବାହିନୀ’ଦେଶର ଅନେକ ରାଜ୍ୟ ଭ୍ରମଣ କରି ୧୫ ଅକ୍ଟୋବରକୁ ରାଷ୍ଟ୍ରପତି ଭବନରେ ପହଞ୍ଚିବେ । କାଲାମଙ୍କ ଜୟନ୍ତୀ ୧୫ ଅକ୍ଟୋବରରେ ଅଛି । ଏସବୁ କାର୍ଯ୍ୟକ୍ରମ ପରେ ମୋଦି ଏକ ଜନସଭା ପାଇଁ ପଂଡ଼ନମ ଯିବାର କାର୍ଯ୍ୟକ୍ରମ ରହିଛି ।

ଏଇଠି କହି ରଖୁଛୁ କି ୨୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ହୃଦଘାତ ଯୋଗୁଁ କାଲାମଙ୍କ ନିଧନ ହୋଇଥିଲା । ଯେଉଁ ସମୟରେ ଏହି ଅଘଟଣ ଘଟିଥିଲା, ସେ ଆଇଆଇଏମରେ ପିଲାଙ୍କୁ ପାଠ ପଢ଼ଉଥିଲେ । ୧୯୩୧ , ୧୫ ଅକ୍ଟୋବରରେ ରାମେଶ୍ୱରମ ଜନ୍ମଗ୍ରହଣ କରିଥିଲେ କାଲାମ । ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଦେଶର ୧୧ ତମ ରାଷ୍ଟ୍ରପତି ରୂପେ ସେ କାର୍ଯ୍ୟନିର୍ବାହ କରିଥିଲେ । କାଲାମଙ୍କୁ ୧୯୯୭ରେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।