ବିଜ୍ଞାପନ ପାଇଁ ମୋଦି ସରକାର ଖର୍ଚ୍ଚ କରିଛନ୍ତି ପ୍ରାୟ ୩,୭୫୪ କୋଟି ଟଙ୍କା : ଆରଟିଆଇର ତଥ୍ୟ

41

କନକ ବ୍ୟୁରୋ : ମୋଦି ସରକାର ସାଢ଼େ ୩ ବର୍ଷ ଭିତରେ ପ୍ରଚାରରେ ଖର୍ଚ୍ଚ କରିଛନ୍ତି ୩,୭୫୪ କୋଟି । ଚଳିତ ବର୍ଷ ଅକ୍ଟୋଟର ପର୍ଯ୍ୟନ୍ତ ଏହି ଖର୍ଚ୍ଚ ଆକଳନ ହୋଇଛି । କ୍ଷମତାକୁ ଆସିବା ପରେ ବିଜ୍ଞାପନରେ ପ୍ରଚୁର ଟଙ୍କା ଖର୍ଚ୍ଚ କରିଛନ୍ତି ମୋଦି ସରକାର । ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଏହା ଜଣାପଡିଛି । ଶାସନ ଭାର ନେବା ପରେ ମୋଦି ସରକାର ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି ୩ ହଜାର ୭୫୪ କୋଟି ଟଙ୍କା । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଆରଟିଆଇ ଜବାବରେ କହିଛନ୍ତି, ଇଲେକ୍ଟ୍ରୋନିକ୍ସ ମିଡ଼ିଆ, ପ୍ରିଂଟଣ୍ଟ ମିଡ଼ିଆ ଓ ଆଉଟଡ଼ୋର ବିଜ୍ଞାପନ ପାଇଁ ମୋଦି ସରକାର ୨୦୧୪ ଅକ୍ଟୋବର ରୁ ୨୦୧୭ ମଧ୍ୟରେ ୩୭,୫୪,୦୬,୨୩,୬୧୬ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଦିଲ୍ଲୀର ଗ୍ରେଟର ନୋଇଡାରେ ରହୁଥିବା ସାମାଜିକ କାଯ୍ୟକର୍ତ୍ତା ରାମବୀର ତନୱାର ଆରଟିଆଇରେ ମାଗିଥିବା ତଥ୍ୟରୁ ଏହା ପଡିଛି । ସୂଚନା ଅନୁସାରେ ପ୍ରାୟ ୧୬୫୬ କୋଟି ଟଙ୍କା ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ପ୍ରଚାରରେ ଖର୍ଚ୍ଚ ହୋଇଛି । ଏଥିରେ ଆଂଚଳିକ ସିନେମା, ଡିଜିଟାଲ ସନେମା, ଦୂରଦର୍ଶକ, ଇଂଟରନେଟ୍, ମେସେଜ ଓ ଟିଭି ଆଦି ମାଡ଼ିଆ ସାମିଲ ଅଛନ୍ତି । ଅନ୍ୟପଟେ ପ୍ରିଂଟ ମିଡ଼ିଆରେ ପ୍ରଚାର ପାଇଁ ମୋଦି ସରକାର ୧୬୯୮ କୋଟି ଖର୍ଚ୍ଚ କରିଛନ୍ତି । ଏହାବ୍ୟତୀତ ଆଉଟଡ଼ୋର, ହୋଡ଼ିଙ୍ଗ, ବୁକଲେଟ୍, କ୍ୟାଲେଣ୍ଡର ମାଧ୍ୟମରେ ପ୍ରଚାର ପାଇଁ କେନ୍ଦ୍ର ସରକାର ୩୯୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତିି । ବିଜ୍ଞାପନ ବାବଦରେ ସରକାର ଯେଉଁ ଖର୍ଚ୍ଚ କରିଛନ୍ତି, ତାହା ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ବଜେଟ୍ ଠାରୁ ଅଧିକ ଥିବା ଜଣାଯାଇଛି ।

ଏହା ବ୍ୟତୀତ କେନ୍ଦ୍ର ସରକାର ପ୍ରଦୂଷଣ ସଚେତନତା ପାଇଁ ପାଖାପାଖି ୫୬.୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୫ରେ ଏକ ଆରଟିଆଇ ଆବେଦନରୁ ଜଣାପଡ଼ିଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡ଼ିଓ କାର୍ଯ୍ୟକ୍ରମ ‘ମନ କି ବାତ’ ପ୍ରଚାର ପାଇଁ ପ୍ରାୟ ୮.୫ କୋଟି ଖର୍ଚ୍ଚ କରିଥିଲେ । ଖବରକାଗଜରେ ବିଜ୍ଞାପନ ଦେବା ପାଇଁ ଏହି ଖର୍ଚ୍ଚ କରାଯାଥିଲା । ତେବେ ଏଇଠି ପ୍ରଶ୍ନ ଉଠୁଛି ସରକାରଙ୍କ କ’ଣ ନିଜ ଉପରେ ଭରସା ନାହିଁ, ଯେଉଁଥିପାଇଁ ନିଜର ଯୋଜନା ଓ ନିଜ ପାଇଁ ପ୍ରଚାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।