କେଜରିୱାଲଙ୍କ ପ୍ରତି କେନ୍ଦ୍ରର କଡ଼ା ଆଭିମୁଖ୍ୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବିଦେଶ ଗସ୍ତ ପାଇଁ ମିଳିଲାନି ଅନୁମତି

212

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବିଦେଶ ଗସ୍ତ ପାଇଁ ମିଳିଲାନି ଅନୁମତି । ଡେନମାର୍କ ଗସ୍ତ ପାଇଁ କେଜରିୱାଲଙ୍କୁ ଅନୁମତି ଦେଇନାହାନ୍ତି କେନ୍ଦ୍ର ସରକାର । ଡେନମାର୍କର କୋପେନହାଗେନରେ ଜଳବାୟୁ ସମ୍ପର୍କିତ ଏକ ସମ୍ମିଳନୀରେ କେଜରିୱାଲ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ କୋପେନହାଗେନରେ ଜଳବାୟୁ ସମ୍ପର୍କିତ ସି-ଫୋର୍ଟି ସମ୍ମିଳନୀେରେ ଯୋଗଦେବାକୁ ପୂର୍ବରୁ କେଜରିୱାଲଙ୍କୁ ଆମନ୍ତ୍ରଣ ଆସିଥିଲା । ହେଲେ ବିଦେଶ ମନ୍ତ୍ରାଳୟର ଅନୁମତି ନମିଳିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସେଠାକୁ ଯାଇପାରି ନାହାନ୍ତି ।

ତେବେ କେଜରିୱାଲଙ୍କୁ କାର୍ହିିଁକି ଅନୁମତି ମିଳି ନାହିଁ, ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ । ଅନୁମତି ନମିଳିବା ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ଆମ୍ ଆଦମୀ ପାର୍ଟି । ବିଦେଶ ଗସ୍ତ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ନଦେବା ଅନ୍ତର୍ଜାତୀୟ ସ୍ତରରେ ଏକ ଭୁଲ ସନ୍ଦେଶ ଦେବ ବୋଲି ଆପ୍ କହିଛି । ସେପଟେ କୋପେନହାଗେନ ସମ୍ମିଳନୀରେ ଯୋଗଦେବାକୁ ପଶ୍ଚିମବଙ୍ଗର ନଗର ଉନ୍ନୟନ ମନ୍ତ୍ରୀ ଫିରାଦ ହାକିମଙ୍କୁ ବୈଦେଶିକ ମନ୍ତ୍ରାଳୟ ଅନୁମତି ଦେଇଥିବା ଜଣାପଡ଼ିଛି ।