ସ୍କୁଲ ପିଲାଙ୍କୁ ମୋବାଇଲ ମନା : ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରୁ ମୋବାଇଲ ମିଳିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ 

313

ଛତିଶଗଡର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଏଣିକି ମୋବାଇଲ ନେଇ ପଢ଼ିବାକୁ ଯାଇପାରିବେ ନାହିଁ । ଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସ୍କୁଲରେ ପାଠପଢ଼ାର ସ୍ତର ସୁଧାରିବା ପାଇଁ ଚେଷ୍ଟା କରାଯାଉଛି ।  ଯାହା ଅଧିନରେ ସ୍କୁଲରେ ପିଲାମାନେ ଏବେ ମୋବାଇଲ ନେଇ ଯାଇପାରିବେ ନାହିଁ । ଜିଳ୍ଲା ଶିକ୍ଷା ଅଧିକାରୀ ସମସ୍ତ ଶିକ୍ଷକ ଓ ପ୍ରଧାନାଚାର୍ଯ୍ୟଙ୍କୁ ଏହି ବିଷୟରେ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏବେ ଶିକ୍ଷା ବିଭାଗ ହଠାତ୍ ସ୍କୁଲରେ ପହଂଚି ବ୍ୟାଗ ଚେକ୍ କରିବେ । କୌଣସି ବି ସ୍କୁଲ ପିଲାଙ୍କ ପାଖରୁ ମୋବାଇଲ ମିଳିଲେ ପ୍ରବନ୍ଧନଙ୍କୁ ଜବାବ ମଗାଯିବ । ଯଦି ପିଲାମାନେ ସ୍କୁଲକୁ ମୋବାଇଲ ନେଇକି ଆସୁଛନ୍ତି, ତେବେ ତାଙ୍କର ଅଭିଭାବକଙ୍କ ସହ ଏହା ବିଷୟରେ କଥା ହେବାକୁ ପଡିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଯଦି ଶିକ୍ଷା ବିଭାଗର ନିର୍ଦ୍ଦେଶର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାଳନ କରାଯିବନି, ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ସମସ୍ତ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋବାଇଲ ଆଣିବା ଉପରେ ପ୍ରତିବନ୍ଧକ ଲାଗିଛି । ଏହା ସତ୍ୱେ ପିଲାଙ୍କ ବ୍ୟାଗରେ ମୋବାଇଲ ଥିବା ସୂଚନା ମିଳୁଛି, ଯାହାର ପ୍ରଭାବ ତାଙ୍କର ପାଠପଢ଼ା ଉପରେ ସ୍ପଷ୍ଟ ଜଣାପଡୁଛି ।