୧ ଜୁଲାଇରୁ ୧୦ ନୁହେଁ ବରଂ ୧୩ଅଙ୍କ ବିଶିଷ୍ଟ ହେବ ନୂଆ ମୋବାଇଲ ନମ୍ବର : ଜାଣନ୍ତୁ ଏହାର କାରଣ ?

67

ବର୍ତ୍ତମାନ ବ୍ୟବହାର ହେଉଥିବା ସବୁ ମୋବାଇଲ ଗୁଡ଼ିକ ୧୦ ଅଙ୍କଯୁକ୍ତ । ଆପଣମାନେ ବ୍ୟବହାର କରୁଥିବା ସମସ୍ତ ମୋବାଇଲ ନମ୍ବର ୧୦ଟି ନମ୍ବର ଥିବା କଥା ସମସ୍ତେ ଜାଣନ୍ତି । ତେବେ ଏବେ ୧୦ ଅଙ୍କ ବିଶିଷ୍ଟ ନହୋଇ ମୋବାଇଲ ନମ୍ବର ୧୩ ଅଙ୍କଯୁକ୍ତ ହେବ ବୋଲି ଣୁଣିବା ପାଇଁ ମିଳୁଛି । ୧ ଜୁଲାଇ ୨୦୧୮ ପରେ ଆପଣ ନୂଆ ମୋବାଇଲ ନମ୍ବର ନେଲେ ଆପଣଙ୍କୁ ୧୦ ନମ୍ବର ଯୁକ୍ତ ନୁହେଁ ୧୩ ଅଙ୍କ ବିଶିଷ୍ଟ ମିଳିବ ନମ୍ବର । କେନ୍ଦ୍ରିିୟ ସଂଚାର ମନ୍ତ୍ରାଳୟ ସବୁ ରାଜ୍ୟକୁ ଏହି ସମ୍ମନ୍ଧରେ ନିର୍ଦ୍ଦେଶ ଜାରି କରିଦେଇଛନ୍ତି । ଦେଶର ବଡ଼ ଟେଲିକମ୍ କମ୍ପାନୀ ବିଏସଏନଏଲ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସୂତ୍ର ଅନୁସାରେ ବିଗତ ଦିନରେ ଦିଲ୍ଲୀରେ ହୋଇଥିବା ବୈଠକରେ ଏ ସମ୍ମନ୍ଦରେ ନିର୍ଣ୍ଣୟ ହୋଇଥିଲା । ନୂଆ ମୋବାଇଲ ନମ୍ବରଗୁଡ଼ିକ ଦଶ ଅଙ୍କ ବିଶିଷ୍ଟ ନହୋଇ ୧୩ ଅଙ୍କ ବିଶିଷ୍ଟ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଆଗାମୀ ସମୟରେ ୧୦ରୁ ଅଧିକ ଅଙ୍କର ସିରିଜ କରାଯିବ । ଦୂରସଂଚାର ସେବା ପ୍ରଦାନ କରୁଥିବା କମ୍ପାନୀ ଏହି ନିର୍ଦ୍ଦେଶକୁ ଜାରି କରିବା ପାଇଁ କୁହାଯାଇଛି । ନିଜର ସମସ୍ତ ସିଷ୍ଟମ ଏହି ଅନୁସାରେ ଅପଡ଼େଟ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି । ବିଏସଏନଏଲର ବରିଷ୍ଠ ମହାପ୍ରବନ୍ଧକ କହିଛନ୍ତିି ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ପୁରୁଣା ମୋବାଇଲ ନମ୍ବର ମଧ୍ୟ ଏହି ପ୍ରକ୍ରିୟା ଅନୁସାରେ ଅପଡ଼େଟ୍ କରାଯିବ ।

mobile

 

ବର୍ତ୍ତମାନ ଚାଲୁଥିିବା ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରକୁ ଅକ୍ଟୋବରରୁ ୧୩ ଅଙ୍କ ବିଶିଷ୍ଟ କରି ଅପଡ଼େଟ୍ କରିବା ଆରମ୍ଭ କରାଯିବ । ଆଉ ଏହି କାମ ୩୧ ଡିସେମ୍ବର ପର୍ଯ୍ୟନ୍ତ ପୁରା କରିବା ପାଇଁ ପଡ଼ିବ । ତେବେ ଏବେ ଚାଲୁଥିବା ମୋବାଇଲ ନମ୍ବର ଗୁଡ଼ିକ କିପରି ପରିବର୍ତ୍ତନ କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ନମ୍ବର ଆଗକୁ ୩ଟି ସଂଖ୍ୟା ଯୋଡ଼ିହେବ କି ପୂର୍ବରୁ ସେନେଇ କିଛି ସୂଚନା ମିଳିନାହିଁ । ମୋବାଇଲ ହ୍ୟାଣ୍ଡସେଟ୍ ତିଆରି କରୁଥିବା କମ୍ପାନୀ ଗୁଡ଼ିକୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।  ନିଜ ସପ୍ଟୱେରରେ ୧୩ ଅଙ୍କର ମୋବାଇଲ ନମ୍ବର ଅନୁସାରେ ଅପଡ଼େଟ୍ କରିବେ ମୋବାଇଲ ହ୍ୟାଣ୍ଡସେଟ୍ ତିଆରି କରୁଥିବା କମ୍ପାନୀ । ଯଦ୍ୱାରା ଉପଭେକ୍ତାଙ୍କୁ ଆଉ ଆଗକୁ ଅସୁବିଧା ହେବ ନାହିଁ ।