ସଙ୍କଟରେ ପ୍ରଦେଶ କଂଗ୍ରେସ ! ନିଲମ୍ବନ ପରେ ଯୋଗେଶ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ପ୍ରଶଂସା କରିବା କ’ଣ ଦଳ ବିରୋଧୀ ମନ୍ତବ୍ୟ ? ଖୁବଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବି

ଯୋଗେଶ କହିଛନ୍ତି ଯେ, ମୁଁ ସେମିତି କୌଣସି ଭୁଲ କରି ନାହିଁ ଯେଉଁଥି ପାଇଁ ମୋତେ ନିଲମ୍ବନ କରାଗଲା । ମୁଁ କେବେ କୌଣସି ସ୍ଥାନରେ କଂଗ୍ରେସ ଛାଡ଼ିବି ବୋଲି କହିନାହିଁ । ଆଉ ବାକି ରହିଲା ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ପ୍ରଶଂସା କରିବା ଏହା କ’ଣ ଦଳ ବିରୋଧୀ ମନ୍ତବ୍ୟ ବୋଲି ପ୍ରଶ୍ନ କରିଛନ୍ତି ଯୋଗେଶ ।

277

କନକ ବ୍ୟୁରୋ: କଂଗ୍ରେସରୁ ନିଲମ୍ବିତ ହେବାପରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ଯୋଗେଶ କହିଛନ୍ତି ଯେ, ମୁଁ ସେମିତି କୌଣସି ଭୁଲ କରି ନାହିଁ ଯେଉଁଥି ପାଇଁ ମୋତେ ନିଲମ୍ବନ କରାଗଲା । ମୁଁ କେବେ କୌଣସି ସ୍ଥାନରେ କଂଗ୍ରେସ ଛାଡ଼ିବି ବୋଲି କହିନାହିଁ । ଆଉ ବାକି ରହିଲା ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ପ୍ରଶଂସା କରିବା କ’ଣ ଦଳ ବିରୋଧୀ ମନ୍ତବ୍ୟ ବୋଲି ପ୍ରଶ୍ନ କରିଛନ୍ତି ଯୋଗେଶ । ଏବେ ବି ମୁଁ ନବୀନଙ୍କୁ ପ୍ରଶଂସା କରୁଛି । ମୋର ବ୍ୟକ୍ତିଗତ କାରଣରୁ ମୁଁ ରାହୁଲଙ୍କ ସଭାରେ ଯୋଗଦେଇ ପାରିବିନି ବୋଲି ପୂର୍ବରୁ କହିଥିଲି ।

ବିଜେଡିରେ ମିଶିବି କି ନାହିଁ ଭବିଷ୍ୟତ କହିବ, ଏପର୍ଯ୍ୟନ୍ତ ମୋତେ କାହାର ନିମନ୍ତ୍ରଣ ଆସିନି ଆସଲେ ଜଣାଇବି ବୋଲି ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରରେ କହିଛନ୍ତି ଯୋଗେଶ । ଦଳରୁ ମୋତେ ନିଲମ୍ବନ କରାଗଲା ତାକୁ ମୁଁ ସ୍ୱାଗତ ଜଣାଉଛି, ଖୁଶୀଘ୍ର ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବି ବୋଲି କହିଛନ୍ତି ଯୋଗେଶ ସିଂହ । ପୂର୍ବରୁ ଅନ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । ତାହା କ’ର ଦଳ ବିରୋଧୀ ମନ୍ତବ୍ୟ ନୁହେଁ କି ? ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଚଢ଼ା ଗଳାରେ ପ୍ରଶ୍ନ କରିଛନ୍ତି ଯୋଗେଶ । ଲୋକମାନେ ମୋତେ ବିଶ୍ୱାସ କରି ଭୋଟ୍ ଦେଇଛନ୍ତି । ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଖୁବଶୀଘ୍ର ଜଣାଇବି ବୋଲି କହିଛନ୍ତି ଯୋଗେଶ ।

JOGESH SINGHଅନ୍ୟପଟେ କଂଗ୍ରେସ ହାଇକମାଣ୍ଡ ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ନିକଟରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ପରେ ଗତକାଲି ନବ ଦାସଙ୍କ ଇସ୍ତଫା ଏବଂ ଆଜି ବିଧାୟକ ଯୋଗେଶ ସିଂହଙ୍କୁ ଦଳରୁ ନିଲମ୍ବନ ଘଟଣା ପ୍ରଦେଶ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି । ଆଗକୁ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୋଟିଏ ପରେ ଗୋଟିଏ ସମସ୍ୟା କଂଗ୍ରେସ ପାଇଁ ମୁଣ୍ଡ ଟେକୁଛି ।