କୋଟପାଡ ବିଧାୟକ ଓ କଂଗ୍ରେସର ପୂର୍ବତନ ସାଂସଦଙ୍କୁ ମିଳିଲା ଜାମିନ । ଦୁରୁଆ ସମାଜକୁ ଆଦିବାସୀ ମାନ୍ୟତା ଆନ୍ଦୋଳନ କରୁଥିବାରୁ ଋୁଜୁ ହୋଇଥିଲା ମାମଲା

ରାସ୍ତାରୋକ ମାମଲାରେ ଆଜି କଂଗ୍ରେସ ନେତାମାନଙ୍କୁ ଜାମିନ ମିଳିଛି

130

କନକ ବ୍ୟୁରୋ : ଦୁରୁଆ ସମାଜକୁ ଆଦାବସୀ ମାନ୍ୟତା ଦେବା ଦାବି ନେଇ ୨୦୧୫ ମସିହାରେ ହୋଇଥିବା ଆନ୍ଦେଳେନ, ରାସ୍ତାରୋକ ମାମଲାରେ ଆଜି କଂଗ୍ରେସ ନେତାମାନଙ୍କୁ ଜାମିନ ମିଳିଛି। ଜୟପୁର ଏସ ଡି ଜେ ଏମଙ୍କ କୋର୍ଟ ଆଜି କଂଗ୍ରେସ ନେତା ଓ ଦୁରୁଆ ସମାଜର ନେତାମାନଙ୍କୁ ଜାମିନ ମଞ୍ଜୁର ପ୍ରଦାନ କରିଛି। ସୂଚନା ଯୋଗ୍ୟ ଯେ, ଦୁରୁଆ ସମାଜକୁ ଆଦିବାସୀ ମାନ୍ୟତା ଦେବା ଦାବିରେ ପୂର୍ବତନ ସାଂସଦ ପ୍ରଦୀପ ମାଝି, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି, ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲସିକାଙ୍କ ନେତୃତ୍ୱରେ ବୈପାରୀଗୁଡ଼ା ଠାରେ ଆନ୍ଦୋଳନ ସହିତ ରାସ୍ତାରୋକ କରାଯାଇଥିଲା।

 

୨୦୧୫ ମସିହା ଜୁନ ୨୪ ତାରିଖରେ ହୋଇଥିବାଏହି ଆନ୍ଦୋଳନ ନେଇ ଏହି କଂଗ୍ରେସ ନେତାମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଆଜି ଜୟପୁରର ଏସ ଡି ଜେ ଏମ କୋର୍ଟରେ ଏହି ନେତାମାନେ ହାଜର ହୋଇଥିଲେ। ପରେ ସେମାନଙ୍କୁ ଜାମିନ ମଞ୍ଜୁର କରାଯାଇଥିିଲା।