ପୈତୃକ ସମ୍ପତ୍ତିରେ ଅଧିକାର ଦାବିରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଘର ଆଗରେ ଧାରଣାରେ ବସିଲେ ଭଉଣୀ : କହିଲେ, ୧୭ ବର୍ଷ ହେଲା ମିଳୁନାହିଁ ହକ୍

37

କନକ ବ୍ୟୁରୋ : ହକ୍ ପାଇଁ ଧାରଣାରେ ବସିଲେ ବିଧାୟକଙ୍କ ଭଉଣୀ । ପୈତୃକ ସମ୍ପତ୍ତିରେ ଅଧିକାର ଦାବି କରି ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଭଉଣୀ ଧାରଣାରେ ବସିଛନ୍ତି । ମଧ୍ୟାନ୍ନ ୧୨ଟାରୁ ଅବନ୍ତିକା ପଟ୍ଟନାୟକ ବିଧାୟକଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।

ଏ ସମ୍ପର୍କରେ ଅବନ୍ତିକା ପୂର୍ବରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ଆର୍ଥିକ ସମସ୍ୟା ଯୋଗୁଁ ମାମଲା ଆଗକୁ ବଢି ପାରିନଥିଲା । କହିଛନ୍ତି ୧୭ ବର୍ଷ ହେଲଣି ବିବାହ କରିଥିଲେ ବି ବାପ ଘର ଲୋକେ ତାଙ୍କ ସହିତ କୌଣସି ସମ୍ପର୍କ ରଖି ନାହାନ୍ତି କି ତାଙ୍କୁ କୌଣସି କଥାରେ ବି ପଚାରୁ ନାହାନ୍ତି ।