ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ଝିଅ ବନିଲେ ବିଚାରପତି! ଅବହେଳିତଙ୍କୁ ନ୍ୟାୟ ପାଇଁ ନେଲେ ସଂକଳ୍ପ

38

ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ଝିଅ ବନିଲେ ବିଚାରପତି । ଉତରପ୍ରଦେଶ ମୁଜାଫରନଗରର ଅଞ୍ଜୁମ ସୈଫି ଯେତେବେଳେ ୪ ବର୍ଷର ହୋଇଥିଲେ ସେତେବେଳେ ବାପା ରଶିଦ ଅହମ୍ମଦଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିଥିଲେ ଦୁର୍ବୃତ । ସବୁବେଳେ ଦାଦା ବଟିକୁ ବିରୋଧ କରୁଥିବା ରଶିଦଙ୍କୁ ଗୁଳିକରି ହତ୍ୟା କରିଥିଲେ ମାଫିଆ । ହେଲେ ରଶିଦ ଚାହୁଁଥିଲେ ତାଙ୍କ ଝିଅ ବିଚାରପତି ବନୁ । ଆଉ ସେଦିନର ସ୍ମୃତି ବାପାଙ୍କ ମୃତ୍ୟୁର ୨୫ ବର୍ଷ ପରେ ପୂରଣ ହେବାକୁ ଯାଉଛି ।

କାରଣ ଉତରପ୍ରଦେଶ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ସିଭିଲ ଜଜ ଜୁନିୟର ଡିଭିଜନ ପରୀକ୍ଷା ପାସ କରିଛନ୍ତି ଅଞ୍ଜୁମ । ଏହି ସଫଳତା ପାଇବା ପରେ ବାପାଙ୍କ ସ୍ୱପ୍ନ ପୂରଣ କରିପାରିଥିବାରୁ ବେଶ ଖୁସିଥିବା ଅଞ୍ଜୁମ କହିଛନ୍ତି । ବାପା ସବୁବେଳେ ଠିକ କଥାର ସମର୍ଥନ କରୁଥିଲେ । ବ୍ୟବସ୍ଥାରେ ପରିବର୍ତନ ଚାହୁଁଥିଲେ ଓ ନ୍ୟାୟ ପାଇଁ ଲଢେଇ କରୁଥିଲେ । ତେଣୁ ବିଚାରପତି ଭାବରେ ବାପାଙ୍କ ରାସ୍ତାରେ ଚାଲିବା ସମ୍ଭବ ହେବ ବୋଲି ଅଞ୍ଜୁମ କହିଛନ୍ତି । ଜଣେ ବିଚାରପତି ଭାବରେ ବାପାଙ୍କ ଆଦର୍ଶକୁ ବଂଚାଇ ରଖିବା ତାଙ୍କର ପ୍ରାଥମିକତା ହେବ ବୋଲି ସେ ଅତି ଗର୍ବର ସହ ପ୍ରତିକ୍ରିୟା ଦେଇଛନ୍ତି ।

ଅଞ୍ଜୁମ ବଡଭାଇ ୪୦ ବର୍ଷିୟ ଦିଲଶାଦ ଅହମ୍ମଦ ବିବାହ ନକରି ବାପାଙ୍କ ସ୍ୱପ୍ନକୁ ପୂରଣକରିବା ପାଇଁ ଦିନରାତି ଏକ କରି ପରିଶ୍ରମ କରିଛନ୍ତି । କେବଳ ଟଙ୍କା ନୁହଁ ଅନେକ ସଂଘର୍ଷ କରିବାକୁ ପଡିଥିବା କହିଛନ୍ତି ଦିଲଶାଦ । କେବଳ ଅଞ୍ଜୁମଙ୍କ ପରିବାର ନୁହଁନ୍ତି,ପଡୋଶ ମଧ୍ୟ ଖୁସିରେ ସାମିଲ ହୋଇଛନ୍ତି । ଅଞ୍ଜୁମଙ୍କ ମା ହମିଦା ବେଗମ ଝିଅ ଖୁସିରେ ଆତ୍ମହରା ହୋଇପଡିଛନ୍ତି । ଭାବବିହଳ ହୋଇ ହମିଦା କହିଛନ୍ତି ଆମକୁ ରଶିଦଙ୍କ ମୃତ୍ୟୁ କେସକୁ ପ୍ରତ୍ୟାହାର କରିବାକୁ ପଡିଥିଲା । କାରଣ ପିଲାମାନଙ୍କୁ ଶିକ୍ଷିତ କରାଇବା ଆମର ମୁଖ୍ୟ ଲକ୍ଷ୍ୟ ଥିଲା ,କୌଣସି ପ୍ରକାର ବିପଦରେ ପରିବାରକୁ ରଖିବା ପାଇଁ ଚାହୁଁନଥିଲି ।

ଆଜି ମୁଁ ଜଣେ ଆତ୍ମନିର୍ଭରଶୀଳ ମହିଳା । ଯେଉଁ ମୂଲ୍ୟବୋଧ ,ନୈତିକତାର ମୋ ସ୍ୱାମୀ ଶିଖାଇଥିଲେ ତାହା ଆଜି ମୋ ପିଲାମାନଙ୍କ କ୍ଷେତ୍ରରେ ବାସ୍ତବତାର ରୂପ ନେଇଛି । ଅଞ୍ଜୁମ କହିଛନ୍ତି ସତ ବିରୋଧରେ ଲଢେଇ କରି ମୋ ବାପା ମୃତ୍ୟୁବରଣ କରିଛନ୍ତି । ଯାହା ଭଲ ସେ ପରିବର୍ତନ କରିବାକୁ ଚାହୁଁଥିଲେ , କିନ୍ତୁ ପ୍ରଚଳିତ ବ୍ୟବସ୍ଥା ତାଙ୍କୁ ଅନୁମତି ଦେଇନଥିଲା । ମୋର ଏକମାତ୍ର ଲକ୍ଷ୍ୟ ବାପାଙ୍କ ଆଦର୍ଶକୁ ବଜାୟ ରଖିବି ।ଏହି ପରିବର୍ତନକୁ ଆରମ୍ଭ କରିବା ପାଇଁ ଭଗବାନ ମତେ ଶକ୍ତି ଦେଇଛନ୍ତି । ତାଙ୍କ ବଳିଦାନ କେବେ ବୃଥା ହେବାକୁ ଦେବି ନାହିଁ ।