ଆଜି ହ୍ବିଲର ଦ୍ବୀପରୁ ଅଗ୍ନି-୪ର ପରୀକ୍ଷା

102

କନକ ବ୍ୟୁରୋ: ବଙ୍ଗୋପସାଗର ପୂର୍ବ ଉପକୂଳ ଭଦ୍ରକ ଜିଲ୍ଲା ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଆଜି ନିର୍ଦ୍ଧାରିତ ସମୟରେ ଅଗ୍ନି-୪ର କ୍ଷେପଣାସ୍ତ୍ରର ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି। ଭାରତୀୟ ପ୍ରତିରକ୍ଷା ବାହିନୀ ଏବ˚ ପ୍ରତିରକ୍ଷା ଗବେଷଣା ସ˚ସ୍ଥାର ମିଳିତ ସହଯୋଗରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ମିଜାଇଲ ବର୍ତ୍ତମାନ ପର‌୍ୟ୍ୟନ୍ତ ୫ ଥର ପରୀକ୍ଷଣ କରାଯାଇଛି। ଏହା ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ତ ଦ୍ବାରା ଶେଷଥର ପାଇଁ ୨୦୧୫ ମସିହା ନଭେମ୍ବର ୧୦ ତାରିଖରେ ପରୀକ୍ଷଣ କରାଯାଇଥିଲା। ହେଲେ ତାହା ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା।