ଗ୍ରାହକଙ୍କ ପାଇଁ ଖୁସି ଖବର ! ମିସଡ କଲ କଲେ ଏୟାରଟେଲ ଦେଉଛି ୨ ଜିବି ୪ଜି ଡ଼ାଟା

81

ବିଗତ ବର୍ଷ ଟେଲିକମ ବଜାରରେ ଜିଓର ପ୍ରବେଶ ପରେ ପୁରା ବଜାର ଦୋହଲି ଯାଇଥିଲା । ପ୍ରଥମେ ଯେଉଁଠି ୧ ଜିବି ଡ଼ାଟା ପୁରା ମାସ ଚାଲୁଥିଲା, ଏବେ ସେହି ଡାଟା ଗୋଟିଏ ଦିନ ପାଇଁ ମଧ୍ୟ ଯଥେଷ୍ଟ ହେଉନାହିଁ । ଏହାସହ ଆଗରୁ ୧ ଜିବିର ଡ଼ାଟାର ମୂଲ୍ୟ ୨୫୦ରୁ ୩୫୦ ପର୍ଯ୍ୟନ୍ତ ରହୁଥିଲା । ଏପଟେ ଏବେ ୧୦୦ ଟଙ୍କରେ ହିଁ ୧ ଜିବି ଡାଟା ମଳିଯାଉଛି । ଏହାସାହ ଏବେ ଅନେକ କମ୍ପାନି କିଛି ସର୍ତ୍ତ ସହ ମାଗଣାରେ ମଧ୍ୟ ଡାଟା ଦେଉଛି । କିଛି କମ୍ପାନି ପୁରୁଣା ଯୋଜନାରେ ଅଧିକ ଡ଼ାଟା ଦେଉଛନ୍ତି ।

ଯଦି ଆପଣ ବାକି କମ୍ପାନି ଯୋଜନାରେ ବୋର ହୋଇ ଯାଇଛନ୍ତି ଓ ଆପଙ୍କ ପାଖରେ ଅଛି ଏୟାରଟେଲ ସିମ୍, ତେବେ ଆପଣଙ୍କ ପାଇଁ ଖୁସି ଖବର । ଆପଣ ଏୟାରଟେଲ ସିମରୁ କେବଳ ମିସଡ କଲେ ଆପଣଙ୍କୁ ମଳିବ ୨ ଜିବି ପର୍ଯ୍ୟନ୍ତ ମାଗଣା ଡାଟା । ଏହି ଯୋଜନା କେବଳ ପ୍ରିପେଡ ଗ୍ରାହକଙ୍କୁ ମିଳୁଛି । ଏହି ଯୋଜନାରେ ଲାଭ ଉଠାଇବା ପାଇଁ ପ୍ରଥମ ସର୍ତ୍ତ ହେଲା ଆପଣଙ୍କ ପାଖରେ ୪ଜି ମୋବାଇଲ ରିହବା ଦରକାର । ନହେଲ ଆପଣଙ୍କୁ ମାଗଣା ଡ଼ାଟା ମିଳିପାରିବ ନାହିଁ ।

ଦ୍ୱିତୀୟ ସର୍ତ୍ତ ହେଲା ନିଜର ଏୟାରଟେଲ ସିମକୁ ୪ଜି ଅପଗ୍ରେଡ କରିବାକୁ ପଡିବ । ଏଥିପାଇଁ ଗ୍ରାହକ ରିଟେଲର କିମ୍ବା ଏୟାରଟେଲ ଷ୍ଟୋର କୁ ଯାଇ ସିମ୍ ଅପଗ୍ରେଡ କରାନ୍ତୁ । ଆପଣଙ୍କ ସିମ୍ ପାଖାପାଖି ୨ ଘଣ୍ଟା ପରେ ଆକ୍ଟିଭ ହୋଇଯିବ । ଏପରି କରିବା ପରେ ଏବେ ଆପଣ ଫୋନର ପ୍ରଥମ ସିମ୍ ସ୍ଲଟରେ ଏୟାରଟେଲ ୪ଜି ସିମ ଲଗାନ୍ତୁ ଏବଂ ସିମ୍ ସେଟିଂରେ ଏଲଟିଇ କିମ୍ବା ୪ଜି ମୋଡକୁ ଅନ କରନ୍ତୁ । ଏପରି ନକଲେ ଟଙ୍କା କଟିପାରେ ।

ଏବେ ନିଜର ୪ଜି ଏୟାରଟେଳ ସିମରୁ ୫୨୧୩୩କୁ ମିସଡ କଲ କରନ୍ତୁ । ଏପରି କରିବା ପରେ ଆପଣଙ୍କ ପାଖକୁ ତୁରନ୍ତ ଏକ କନଫରମେସନ ମେସେଜ ଆସିବ । ଯେଉଁଠି ଆପଣଙ୍କ ନମ୍ବରରେ ମଳିବା ପାଇଁ ଡାଟା ପ୍ୟାକ୍ ବିଷୟରେ ସୂଚନା ଆସିବ । ଏବେ ଆପଣ ଡାଟା ବାଲାନ୍ସ ଚେକ କରିବା ପାଇଁ ହାସ୧୨୧ଷ୍ଟାର୨ହାସ ଡାଏଲ କରନ୍ତୁ ।

କିଛି ସମୟ ପରେ ଗ୍ରାହକଙ୍କୁ ଏହି ଯୋଜନାରରେ ୧ ଜିବି ଡାଟା ୯୦ ଦିନ ବୈଧତା ସହ ମଳିପାରେ ଓ କିଛି ଗ୍ରାହକଙ୍କୁ ୨ ଜିବି ୪ଜି ଡାଟା ୧ ମାସ ବୈଧତା ସହି ମଳିୁଛି । ଏବେ ଆପଣ ତୁରନ୍ତ ଊପରୋକ୍ତ ନମ୍ବରକୁ ମିସଡକଲ କରି ଏହି ଯୋଜନାର ଲାଭ ଉଠାନ୍ତୁ ।