ଗଞ୍ଜାମରେ ଚାଞ୍ଚଲ୍ୟ! ଯୁବକଙ୍କୁ ହତ୍ୟା ପରେ ପାଳ ପକାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ, ପୋଲିସର ଛାନଭିନ୍…

382

କନକ ବ୍ୟୁରୋ: ଆସ୍କାରେ ଚାଂଚଲ୍ୟ । କବିସୂର୍ଯ୍ୟନଗର ଥାନା ସିନାପାଲି ଅଂଚଳରେ ଯୁବକକୁ ହତ୍ୟା ପରେ ଜାଳିଦେଲେ ଦୁର୍ବୃତ । ହତ୍ୟା କରିବା ପରେ ଯୁବକଙ୍କୁ ପାଳ ପକାଇ ଜାଳି ଦେଲେ । ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣା କିଏ ଘଟାଇଛି ତାହାର କିଛି ସୁରାକ୍ ମିଳିନି । ଯୁବକଙ୍କ ଶରୀର ପୋଡି ଯାଇଥିବାରୁ ତାଙ୍କର କୌଣସି ପରିଚୟ ମିଳିପାରିନି । କିଏ ଓ କାହିଁକି ଯୁବକକୁ ହତ୍ୟା କରିଛି ଜଣାପଡିନି ।

ସେପଟେ ଘଟଣାସ୍ଥଳରେ ଅଧିକ ଛାନଭିନ୍ ପାଇଁ ପୋଲିସ୍ ପହଁଚିଛି । ହେଲେ ପୋଲସ୍ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ରହିଛି କାରଣ, ଯୁବକଙ୍କ ଶରୀର ପୋଡି ଯାଇଥିବାରୁ ତାଙ୍କ ପରିଚୟ ଏଯାବତ୍ ପାଇ ପାରିନି ପୋଲିସ । ତେବେ ଏଭଳି ଅଭାବନୀୟ ଓ ଲୋମହର୍ଷଣକାରୀ କାଣ୍ଡ କିଏ ଓ କାହିଁକି ଭିଆଇଲା ସେନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।