ପୁରୀ ଗୋବର୍ଦ୍ଧନ ପୀଠ ବିମଳା ମନ୍ଦିରରୁ ଲୁଟ୍ ! ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

35

କନକ ବ୍ୟୁରୋ: ପୁରୀ ଗୋବର୍ଦ୍ଧନ ପୀଠର ବିମଳା ମନ୍ଦିରରୁ ଲୁଟ୍ । ଗତକାଲି ରାତିରେ ଦୁର୍ବୃତମାନେ ବିମଳା ମନ୍ଦିରର ତାଲା ଭାଙ୍ଗି ହୁଣ୍ଡି ଲୁଟ୍ କରିଛନ୍ତି । ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଦୁର୍ବୃତମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି । ସମୁଦ୍ରକୁଳ ଥାନା ପୁଲିସ ବିମଳା ମନ୍ଦିରରେ ପହଂଚି ତଦନ୍ତ ଆରମ୍ଭ କରିଛି । ମନ୍ଦିର ପଛପଟୁ ଭଙ୍ଗା ହୁଣ୍ଡିକୁ ଠାବ କରିଛି ପୁଲିସ । ତେବେ ବିମଳା ମନ୍ଦିରରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସତ୍ୱେ କେମିତି ଚୋରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ସେପଟେ, ବରଗଡ ଜିଲ୍ଲାରେ ମଧ୍ୟ ବଡ ଧରଣର ଲୁଟ୍ । ଭଟଲି ଛକ ନିକଟରେ ଥିବା ଭାରତ ଫାଇନାନ୍ସର ଲକର ଭାଙ୍ଗି ୧୮ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ତିନି ଜଣ ମୁଖାପିନ୍ଧା ଦୁର୍ବୃତ ଏହି ଲୁଟ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ଗତ ରାତିରେ ଦର୍ବୃତମାନେ ଭାରତ ଫାଇନାନ୍ସ କାର୍ଯ୍ୟାଳୟରେ ପଶି କଳାକନା ବୁଲାଇଛନ୍ତି । ଏନେଇ ଥନାରେ ଏତଲା ହେବା ପରେ ବରଗଡ ପୁଲିସ ଛାନଭିନ ଆରମ୍ଭ କରିଛି ।