ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ ! ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂର୍ପକ ରଖିଥିବା କହିଲେ ପୀଡିତା

52

କନକ ବ୍ୟୁରୋ : କଟକ ଜଗତପୁର ଅଂଚଳରେ ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଜଣେ ସ୍ୱେଚ୍ଛାସେବୀଙ୍କ କହିବା ଅନୁଯାୟୀ ମହାନଦୀନଗର ଅଂଚଳରେ ରହୁଥିବା ସନ୍ତୋଷ ନାମ ଜଣେ ଯୁବକ ସେହି ଅଂଚଳର ଜଣେ ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂର୍ପକ ରଖିଥିଲା ।

ପରବର୍ତ୍ତୀ ସମୟରେ ସନ୍ତୋଷର ଅନ୍ୟ ଝିଅ ସହ ସଂର୍ପକ ଥିବା ଜାଣି ପ୍ରତିବାଦ କରିବାରୁ ନାବାଳିକାକୁ ସନ୍ତୋଷ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଶେଷରେ ଅସହାୟ ନାବାଳିକା ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-