ସୋସିଆଲ୍ ମିଡିଆରେ ନେତାଗିରି : ଫଟାଫଟ୍ ସମାଧାନ ପାଇଁ ଅଂଟା ଭିଡୁଛନ୍ତି କେନ୍ଦ୍ରୀୟ ନେତା

12

ସୋସିଆଲ ମିଡିଆରେ କିଏ କେତେ ସକ୍ରୀୟ । କେନ୍ଦ୍ରୀୟ ନେତା ନା ରାଜ୍ୟର ନେତା । ସାଧାରଣ ଲୋକଙ୍କ ସହ ସିଧାସଳଖ କଥା ହେବାକୁ କେନ୍ଦ୍ରୀୟ ନେତା ସୋସିଆଲ ମିଡିଆକୁ ବିରାଟ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ପ୍ରଚାର ସର୍ବସ୍ୱ ହୋଇଯାଇଥିବା ଅଭିଯୋଗ ହୋଇଛି ।

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ପାଖ ପୁଣି ନବୀନଙ୍କ ପ୍ରତିଦ୍ୱନ୍ଦି । କେନ୍ଦ୍ରମନ୍ତ୍ରୀ ହିସାବରେ ସାରା ଦେଶର ଦାୟିତ୍ୱ, ପୁଣି ରାଜ୍ୟ ରାଜନୀତିରେ ନିଜ ସ୍ଥିତି ଦୃଢ କରିବାକୁ ଆପ୍ରାଣ ଉଦ୍ୟମ । ତାଙ୍କ ଟ୍ୱିଟର୍ ଆକାଂଉଟ୍ ଜରିଆରେ ସିଧାସଳଖ ହୁଅନ୍ତି ଲୋକଙ୍କ ସହ କଥାବାର୍ତା । ଅଭାବ ଅଭିଯୋଗ କଥା ଆସିବା ମାତ୍ରେ ସମାଧାନ ପାଇଁ ନିଜ ମନ୍ତ୍ରଣାଳୟକୁ ଫରୱାର୍ଡ କରନ୍ତି ଧର୍ମେନ୍ଦ୍ର । ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ସମସ୍ୟାର ସମାଧାନ କରନ୍ତି ଅନ୍ ଦି ସ୍ପଟ୍ ।  ସୁରେଶ ପ୍ରଭୁ ମଧ୍ୟ ଏ କ୍ଷେତ୍ରରେ ବେଶ୍ ଆଗୁଆ ଓ ଲୋକପ୍ରିୟ ।

vlcsnap-2016-05-11-19h00m42s655ନବୀନଙ୍କ ଟ୍ୱିଟର ପେଜ୍ , ପ୍ରତିଟି ପୋଷ୍ଟ ପ୍ରଚାର ସର୍ବସ୍ୱ । ଅଭିଯୋଗ ହୁଏ, ନବୀନ୍ ସୋସିଆଲ୍ ମିଡିଆରେ ପ୍ରାୟତଃ ରେସପଣ୍ଡ କରନ୍ତିନି । ହେଲେ ଅନେକ କ୍ଷେତ୍ରରେ ସେ ଆକ୍ସନ ନେଉଥିବାର ନଜିର୍ ରହିଛି । ତେବେ କେବଳ ନବୀନ୍ ନୁହଁନ୍ତି କେନ୍ଦ୍ରୀୟ ନେତାଙ୍କ ଭଳି ଓଡିଶାର ମନ୍ତ୍ରୀ ଓ ନେତା ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ନିକଟତର ହେବା ଜରୁରୀ ବୋଲି ମତ ଆସିଛି ।

ସୋସିଆଲ୍ ମିଡିଆ । ଶୀଘ୍ର ପୁଣି ସିଧାସଳଖ ଲୋକଙ୍କ ସହ ଯୋଡି ହେବାର ମାଧ୍ୟମ । ଆଉ ଏ ମାଧ୍ୟମକୁ ମୋଦି ସରକାର ଅସ୍ତ୍ର କରିଥିବା ବେଳେ ଓଡିଶା ସରକାର ଏ ଦୈାଡରେ ଖୁବ୍ ପଛରେ । ହୁଏତ ଟ୍ୱିଟରରେ ନବୀନଙ୍କ ଫଲୋଅର୍ସ ଓ ଧର୍ମେନ୍ଦ୍ରଙ୍କ ଫଲୋଅର୍ସଙ୍କୁ ଦେଖିଲେ ଏହା ସଫା ସଫା ଜଣା ପଡେ ।