ଆକାଶରେ ଖେଳିଗଲା ଆତଙ୍କ, ଜଳିଗଲା ଆଲଜେରିଆ ସାମରିକ ବିମାନ ! ୨୫୭ ଜଣଙ୍କ ମୃତ୍ୟୁ ସୂଚନା

39

କନକ ବ୍ୟୁରୋ : ଆଲଜେରିଆରେ ବଡ ଧରଣର ବିମାନ ଦୁର୍ଘଟଣା । ଆଲଜେରୀୟ ସେନାର ଏକ ପରିବହନକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏଥିରେ ଥିବା ୨୫୭ ଜଣ ଯବାନ ପ୍ରାଣ ହରାଇଥିବା କୁହାଯାଉଛି । ଆଲଜେରିଆ ରାଜଧାନୀରେ ଥିବା ବିମାନବନ୍ଦର ନିକଟରେ ଏହି ଜେଟଟି ଖସିପଡିଛି । ଦୁର୍ଘଟଣା ପରେ ମାଇଲ୍ ମାଇଲ୍ ଦୂରଯାଏଁ କଳା ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିବା ବେଳେ ଏକ ଅଲିଭ ଗଛରେ ବିମାନର ଅବେଶେଷ ଲାଖି ରହିଥିବା ଦେଖିବାକୁ ମିଳିଛି ।

ମଝି ଆକାଶରେ ହଠାତ ଜଳିଉଠିଲା ଆଲଜେରୀୟ ସେନାର ବିମାନ । ୧୦୦ରୁ ଉଦ୍ଧ୍ୱର୍ ଯବାନ ଓ ସାମରିକ ଉପକରଣ ନେଇ ବେକହାର୍ ଯାଉଥିବା ବିମାନରେ ହଠାତ ଲାଗିଯାଇଥିଲା ନିଆଁ । ରାଜଧାନୀ ଅଲଜିୟର୍ସଠାରୁ ୩୦ କିମି ଦୂରରେ ଜଳୁଥିଲା ରୁଷ୍ ନିର୍ମିତ ଇଲ୍ୟୁସିନ୍ ଆଇଆଇ-୭୬ ପରିବହନକାରୀ ବିମାନ । ଦୁର୍ଘଟଣାରେ ଯାତ୍ରା କରୁଥିବା ୨୫୭ ଜଣ ଯବାନ୍ ପ୍ରାଣ ହରାଇଥିବା କୁହାଯାଉଛି । ଅଗ୍ନିଶମ ବିଭାଗ ଓ ଶହେରୁ ଉଦ୍ଧ୍ୱ ଆମ୍ବୁଲାନ୍ସ ସହାୟତାରେ ଏବେ ଜାରି ରହିଛି ଉଦ୍ଧାରକାର୍ଯ୍ୟ ।

ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ବିମାନରେ ସର୍ବାଧିକ ୧୨୦ ଜଣ ଯାତ୍ରୀ ଯାଇପାରିବେ । ତେବେ ବିମାନରେ ସବାର୍ ଥିବା ଯାତ୍ରୀଙ୍କ ସଂଖ୍ୟା ଏହାଠାରୁ ଖୁବ ଅଧିକ ଥିବାର କୁହାଯାଉଛି । ଏଭଳି ସ୍ଥିତିରେ ଧାର୍ଯ୍ୟ କ୍ଷମତାଠାରୁ ଅଧିକ ଯାତ୍ରୀ ରହିବା ବିମାନ ଦୁର୍ଘଟଣାର କାରଣ ହେବାର ସମ୍ଭାବନା ଥାଇପାରେ । ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ କରାଯାଇନାହିଁ ।

୧. ଫେବୃଆରୀ ୨୦୧୪ – ଦକ୍ଷିଣ ଆଲଜେରିଆର ତାମନରାସେଟ୍ ଓ ପୂର୍ବୀୟ କନଷ୍ଟାଂଟାଇନ୍ ସହର ମଧ୍ୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ଥ ହେବାରୁ ୭୭ଜଣ ଯବାନ ପ୍ରାଣ ହରାନ୍ତି ।

୨. ଜୁଲାଇ ୨୦୧୪ – ବୁରକିନା ଫାର୍ସୋରୁ ଆଲଜିୟର୍ସ ଯାଉଥିବା ଏୟାର ଆଲଜେରିଆର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ଥ ହେବାରୁ ୧୧୬ ଜଣ ଯାତ୍ରୀ ପ୍ରାଣ ହରାନ୍ତି ।

ବିମାନ ଦୁର୍ଘଟଣା ତାଲିକାରେ ସାମିଲ ହୋଇଛି ଆଜିର ଏହି ମିଲିଟାରୀ ପ୍ଲେନ୍ କ୍ରାସ୍ । ଯେଉଁ ଥିରେ କେହି ଯାତ୍ରୀ ବଂଚିନଥିବା ଏକପ୍ରକାର ସ୍ପଷ୍ଟ ହୋଇଛି ।