କ୍ଷଣକେ ଚାଲିଗଲା ୩୦ ଜୀବନ ! ଏକା ସାଙ୍ଗେ ଜଳିଲା ୧୨ଜଣ କୋମଳମତୀ ଶିଶୁଙ୍କ ଜୁଇ ।

70

ହିମାଚଳ କାଙ୍ଗଡା ଜିଲ୍ଲାର ନୁରପୁର ଠାରେ ଏକ ସ୍କୁଲ ବସ ଘାଟିରେ ଖସି ପଡିବାରୁ ୩୦ଜଣ ଲୋକଙ୍କର ମୃତ୍ୟୁ ହେଇଛି । ସବୁଠାରୁ ବଡ କଥା ହେଉଛି ଏମାନଙ୍କ ମଧ୍ୟରେ ୨୭ଜଣ ଛୋଟ ଛୁଆ ରହିଥିଲେ । ଗତକାଲି ଏହି ସମସ୍ତଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି ।

 

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିଶୁମାନଙ୍କ ମଧ୍ୟରେ ୧୩ଜଣ ଖବାଡା ଅଞ୍ଚଳର ଥିଲେ । ଯେତେବେଳେ ଏହି ଶିଶୁମାନଙ୍କର ଅନ୍ତିମ ଯାତ୍ରା ବାହାରିଥିଲା ସେତେବେଳେ ପ୍ରତି ଘରେ ଖେଳିଯାଇଥିଲା ଦୁଃଖ ଅବସାଦର ଛାୟା । ଲୋକମାନେ ନିଜ ନିଜ ଦୋକାନ ମଧ୍ୟ ବନ୍ଦ ରଖିଥିଲେ ।

 

ଚାରିଆଡେ ନିରବତା ଛାଇଯାଇଥିଲା । ପୁରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା । ହଜାର ହଜାର ଲୋକ ଏହି ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ପହଞ୍ଚିଥିଲେ ।

ସୂଚନା ଅନୁଯାୟୀ, ଖବାଡା ପାଖାପାଖି ୫୦ଟି ପରିବାରକୁ ନେଇ ଗଠିତ ଏକ ଗାଁ ଅଟେ । ବଲୋରିୟାଁ ଏବଂ ପଠାନିଆ ଦୁଇଟି ଅଲଗା ଅଲଗା ବସ୍ତିରେ ଏହି ୧୨ଜଣ ଶିଶୁଙ୍କର ମର ଶରୀରକୁ ଏକ ସାଙ୍ଗରେ ଅନ୍ତିମ ସଂସ୍କାର କରାଯାଇଥିଲା ।

 

ଏହି ଗାଁରେ ରହୁଥିବା ୭୦ ପ୍ରତିଶତ ଲୋକ ଆଖପାଖର ଅଞ୍ଚଳର ନୁହନ୍ତି । ଘଟଣା ସମ୍ପର୍କରେ ଦୂରଦୂରାନ୍ତରରୁ ଯିଏ ବି ଶୁଣିଥିଲେ ଏହି ଗାଁକୁ ଦୌଡି ଆସିଥିଲେ । ଏହି ୧୨ଜଣ ଶିଶୁଙ୍କ ମରଶରୀରକୁ ଏକା ସାଙ୍ଗରେ ମୁଖାଗ୍ନି ଦିଆଯାଇଥିଲା । ସେହି ସମୟରେ ସମସ୍ତଙ୍କ ଆଖିରେ ଦେଖାଯାଇଥିଲା ଲୁହ ।

 

କୋମଳମତୀ ଶିଶୁଙ୍କ ପରିବାର ବର୍ଗଙ୍କୁ ଯିଏ ବି ଦେଖୁଥିଲା ତାଙ୍କ ହୃଦୟ ଫାଟି ପଡୁଥିଲା, ଲୋମ ଟାଙ୍କୁରି ଉଠୁଥିଲା । କିଛି ଶିଶୁମାନଙ୍କ ସହ ତାଙ୍କ ସ୍କୁଲ ଡ୍ରେସକୁ ଲୋକମାନେ ଚିତା ଉପରେ ରଖିଥିଲେ ।