ଓଡ଼ିଶାରେ ବିହାର ଷ୍ଟାଇଲ ! ସ୍କୁଲ ପାଚେରି ଚଢି ପିଲାଙ୍କୁ କପି ଦେଲେ ଅଭିଭାବକ

33

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର ସୁପରିଚାଳନା ନେଇ ସଚିବାଳୟରେ ବସିଲା ଘନଘନ ବୈଠକ । କପି ରୋକିବା ପାଇଁ ୫ ସ୍ତରୀୟ ସ୍ୱାର୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଲେ । କିନ୍ତୁ ମାଟ୍ରିକ ପରୀକ୍ଷା ଆରମ୍ଭରୁ ହୋଇଛି ବିଭ୍ରାଟ । ପ୍ରଶ୍ନପତ୍ର ଲିକ୍ ହେବା ନେଇ ଅଭିଯୋଗ ହେବା ପରେ ପରୀକ୍ଷା ସୁପରିଚାଳନା ଉପରେ ଉଠିଛି ପ୍ରଶ୍ନବାଚୀ ।

ସାହିତ୍ୟ ପରୀକ୍ଷାରେ ବି କପି । ଏଭଳି ଘଟଣା ଜଗତସିଂହପୁରରୁ ଆସିଛି । ଜଗତସିଂହପୁରର ଏକ ସ୍କୁଲ ପାଚେରୀ ଉପରେ ଚଢି ପିଲାଙ୍କୁ କପି ଦେଉଛନ୍ତି ସମ୍ପର୍କୀୟ । ପିଲାଙ୍କୁ କପିରେ ସାହାଯ୍ୟ କରିବା ପାଇଁ ଉଚ୍ଚ ପାଚେରୀକୁ ଚଢିବାକୁ ମଧ୍ୟ ଭୟ କରୁନାହାନ୍ତି ସର୍ମ୍ପକୀୟ ମାନେ । ଏପରିକି କିଛି ବ୍ୟକ୍ତି ପାଚେରୀ ଉପରେ ଚଢି ଝରକା ପଟେ କପି ଦେଉଛନ୍ତି । ଆଉ କିଛି ବ୍ୟକ୍ତି ତଳେ ଠିଆ ହୋଇ ଏଥିରେ ସହଯୋଗ କରୁଛନ୍ତି । ପରୀକ୍ଷାକୁ ନେଇ କଡା ସୁରକ୍ଷା ଗ୍ରହଣ କରାଯାଇଥିବା କହୁଯାଉଥିବା ବେଳେ ଏଭଳି ଘଟଣା ଅନ୍ୟ କିଛି ବୟାନ କରୁଛି ।