ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍ ପାଇଁ ଜୋର ଧରୁଛି ମାହୋଲ ! ଆଜି ଆସିବ ଏ.ଆର ରେହମାନ୍ ପ୍ରସ୍ତୁତ କରିଥିବା ଥିମ୍ ସଙ୍ଗର ଟିଜର ।

84

ହକି ମହାକୁମ୍ଭରେ ରାଜଧାନୀରେ ଜମିବ ଷ୍ଟାର ନାଇଟ । ଉଦଘାଟନୀ ଉତ୍ସବରେ ଶାହାରୁଖ୍ ଓ ଏ.ଆର୍ ରେହେମାନଙ୍କ ଜଲୱାରେ ଝୁମିବେ ଦର୍ଶକ । ଏ.ଆର.ରେହମାନ୍ ଓ ପରିଚିତ ଗୀତିକାର ତଥା ନିର୍ଦ୍ଦେଶକ ଗୁଲଜାର୍ଙ୍କୁ ଅତି ପାଖରୁ ଦେଖିବାକୁ ମିଳିବ । ଏହା ପୂର୍ବରୁ ଆଜି ଆସିବ ରେହମାନ ପ୍ରସ୍ତୁତ କରିଥିବା ଥିମ୍ ସଙ୍ଗର ଟିଜର । ଦର୍ଶକଙ୍କ ଉତ୍ସାହକୁ ଦେଖି ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ ଓ ୨୮ ରେ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ସେହିପରି ଉଦଘାଟନୀ ଉତ୍ସବ ପାଇଁ ଟିକେଟ କାଉଁଟର କିମ୍ବା ଅଫଲାଇନରେ ନ ବିକି ଅନଲାଇନରେ ବିକ୍ରି କରିବାକୁ ନିଷ୍ପତି ହୋଇଛି । ଏପରି କି କାହାକୁ ପାସ୍ ଦିଆଯିବ ନାହିଁ ବୋଲି ଜଣାପଡିଛି ।

ସେପଟେ ପୁରୁଷ ହକି ବିଶ୍ୱକପ୍ ପାଇଁ ପାକିସ୍ତାନକୁ ମିଳିଲା ଭିସା । ପ୍ରାୟୋଜକ ଓ ଭିସା ସମସ୍ୟା କାରଣରୁ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପରେ ଚାରି ଚାରିଥରର ବିଶ୍ୱ ଚାମ୍ପିୟନ୍ ପାକିସ୍ତାନ ଯୋଗଦେବା ନେଇ ଯେଉଁ ସନ୍ଦେହ ଉପୁଜିଥିଲା, ତାହା ଦୂର ହୋଇଛି ।

ଭାରତୀୟ ହାଇ କମିଶନ ପାକିସ୍ତାନ ଖେଳାଳିଙ୍କୁ ଭିସା ଇସ୍ୟୁ କରିସାରିଥିବାବେଳେ ଟିମର ନୂତର ପ୍ରାୟୋଜକ ବିଶ୍ୱକପରେ ଅଂଶଗ୍ରହଣ ଲାଗି ୯ ମିଲିୟନ ଟଙ୍କା ପ୍ରଦାନ କରିଛି । ଏହି ଟଙ୍କା ଖେଳାଳି ଓ ଅଫିସିଆଲଙ୍କ ଦୈନିକ ଖର୍ଚ୍ଚ ଭରଣା କରିବାରେ ସହାୟକ ହେବ । ତେବେ ଦଳର କୋଚ୍ ମାନଙ୍କୁ ଖୁବଶୀଘ୍ର ଭିସା ପ୍ରଦାନ କରାଯିବ ବୋଲି ଭାରତୀୟ ହାଇକମିଶନଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି ।