ଗଛ କଟା ବନ୍ଦ ନିର୍ଦ୍ଦେଶ: ଢେଙ୍କାନାଳ ବଳରାମପୁରରେ ଗଛ କଟା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଘଟଣାର ହେବେ ଆରଡିସି ସ୍ତରୀୟ ତଦନ୍ତ

ବିୟର ଫ୍ୟାକ୍ଟ୍ରି ପାଇଁ କଟାଯାଉଥିଲା ମୂଲ୍ୟବାନ ଗଛ

251

କନକ ବ୍ୟୁରୋ: ଢେଙ୍କାନାଳର ବଳରାମପୁରରେ  ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିେର୍ଦ୍ଦେଶ ଦେଇଛନ୍ତି । ଏହା ଘହ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ବି ହେବ ।

ଢେଙ୍କାନାଳରେ ମଦ କାରଖାନା ସ୍ଥାପନ ପାଇଁ ଶହ ଶହ ଗଛକୁ କାଟି ଦିଆଯାଇଛି । ବିୟର ଫ୍ୟାକ୍ଟ୍ରି ସା୍ଥପନ ପାଇଁ  ୯୫୮ଟି ଗଛ କାଟିବାକୁ ଯୋଜନା କରିଛି ପ୍ରଶାସନ । ଆଉ ବିୟର ଫ୍ୟାକ୍ଟ୍ରିକୁ ବିରୋଧ କରି ଢେଙ୍କାନାଳ ବଳାରାମପୁରରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଇଡକୋ ଦ୍ୱାରା ଗୃହୀତ ବିୟର କମ୍ପାନୀ ପାଇଁ ଗଛ କଟା ଯାଉଥିବାବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ମହିଳା ।

ଗତକାଲି ସକାଳୁ ସକାଳୁ ପୁଲିସ ଉପସ୍ଥିତିରେ ଗଛ କଟା ଯାଉଥିବାବେଳେ ମହିଳାମାନେ ଠେଙ୍ଗାବାଡି ଧରି ଜଙ୍ଗଲରେ ପହଁଚି ଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହାକୁ ନେଇ ଧସ୍ତାଧସ୍ତି ହୋଇଥିଲା । ପରେ ମହିଳାମାନେ ପୋଲିସକୁ ଠେଙ୍ଗା ଦେଖାଇ ଘଉଡାଇବାକୁ ଉଦ୍ୟମ କରିଥିଲେ । ମଦ କାରଖାନା ତିଆରି ପାଇଁ ଏହି ସ୍ଥାନରୁ ୯୫୮ଟି ଗଛ କଟାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯିବା ପରେ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି । ଯାହାକୁ ବିରୋଧ କରି ପୁଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।  ।