ରାଜ୍ୟ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ । ‘ବସୁଧା’ ଯୋଜନାରେ ୫୦୦ ଟି ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ସଭିଏଁ ପାଇବେ ବିଶୁଦ୍ଧ ପାଣି । ୯୫ଟି ପୌରାଂଚଳରେ ଥିବା ୫୦୦ ଟି ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହା ଦ୍ୱାରା ପ୍ରାୟ ୩୩ ଲକ୍ଷ ଲୋକ ଉପକୃତ ହେବେ ।
କନକ ବ୍ୟୁରୋ: ଜଟଣୀରେ ମେଗା ପାନୀୟ ଜଳ ପ୍ରକଳ୍ପର ଉନ୍ମୋଚନ କଲେ ନବୀନ ପଟ୍ଟନାୟକ । ଜଟଣୀ ଖୁଦପୁର ପଡିଆରେ ରିମୋଟ ଯୋଗେ ୫୦ଟି ନୂତନ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ । ଏହା ଦ୍ୱାରା ଆଇଆଇଟି, ନାଇଜର, ଇଡକୋ , ଖୋର୍ଦ୍ଧା ଓ ଜଟଣୀ ପୌରାଚଂଳରେ ପାନୀୟ ଜଳ ଯୋଗାଣ ହେବ । ୯୫ଟି ପୌରାଂଚଳରେ ଥିବା ୫୦୦ ଟି ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହା ଦ୍ୱାରା ପ୍ରାୟ ୩୩ ଲକ୍ଷ ଲୋକ ଉପକୃତ ହେବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ବସୁଧା’ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ୨୦୧୪ ରେ ଏଥିପାଇଁ ୧୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୨୦୧୮ରେ ଏହା ୨୦ ଗୁଣା ବୃଦ୍ଧି ପାଇଛି । ପାନୀୟ ଜଳ ଯୋଗାଣା ପାଇଁ ମୋଟ ୩ ହଜାର ୫୯୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହା ଦ୍ୱାରା ୭୦ ଳକ୍ଷ ସହରାଚଂଳ ଲୋକ ଉପକୃତ ହେଉଛନ୍ତି ।
ତେବେ ଆଜି ୯୫ ପୌରାଞ୍ଚଳ ପାଇଁ ୫୦୦ ଜଳ ପ୍ରକଳ୍ପର ଲୋକାର୍ପିତ ହୋଇଛି । ଏଥିପାଇଁ ମୋଟ୍ ୪୦୮ କୋଟି ଟଙ୍କା ବ୍ୟବୟବରାଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପିପିପି ମୋଡରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା କରାଯାଇଛି । ତେବେ ଏହି ପ୍ରକଳ୍ପ ଦ୍ୱାରା ୯୫ ସହରର ୩୩ ଲକ୍ଷ ଲୋକ ଉପକୃତ ହେବେ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସହରାଞ୍ଚଳରେ ସବୁ ଲୋକଙ୍କ ଘରେ ଜଳ ଯୋଗାଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଏଥିପାଇଁ ପାଇପ୍ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି । ଯେଉଁଥି ପାଇଁ ଗତ ବଜେଟରେ ୨୦୦ରୁ ୩୫୦୦ କୋଟିକୁ ବୃଦ୍ଧି ହୋଇଛି ।