ମାଓ ମୁକାବିଲା ନେଇ ଦିଲ୍ଲୀରେ ଚାଲିଛି ରଣନୀତି ବୈଠକ ! ରାଜନାଥ ବତାଇଲେ ସମାଧାନ ସୁତ୍ର

15

କନକ ବ୍ୟୁରୋ : ମାଓ ମୁକାବିଲା ନେଇ ଦିଲ୍ଲୀରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଦରବାରରେ ବସିଥିବା ବୈଠକରେ ମାଓ ପ୍ରଭାବିତ ଅଂଚଳରେ ନକ୍ସଲ ଦମନ ନେଇ ସମାଧାନ ସୂତ୍ର ବତାଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି ।

୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସମେତ ଆନ୍ଧ୍ର, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି । ତେବେ ଆଜିର ବୈଠକରେ ସୁକମା ଆକ୍ରଣର ଜାବାବ୍ ଦେବା ନେଇ ଆଲୋଚନା ହେବ ।

ଛତିଶଗଡ ଜିଲ୍ଲା ସୁକମାରେ ହୋଇଥିବା ମାଓବାଦୀଙ୍କ ହମଲାରେ ୨୫ ସିଆରିପିଏଫ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଆକ୍ସନ ମୁଡରେ ଥିବା କେନ୍ଦ୍ର ସରକାର ଆଜିର ବୈଠକରେ ମାଓବାଦୀ ଦମନ ରଣନୀତି ଉପରେ ସମୀକ୍ଷା କରୁଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ ।