ମୟୁରଭଂଜ ଝିପାବନ୍ଧ ଗାଁ ନିକଟରୁ ମିଳିଲା ଦୁଇ ନାବାଳକ ଭାଇଙ୍କ ମୃତଦେହ ! ମା’ ଏବେ ବି ନିଖୋଜ,ଗୁଣି ଗାରେଡି ସନ୍ଦେହରେ ହତ୍ୟା ସନ୍ଦେହ

25

କନକ ବ୍ୟୁରୋ : ମୟୁରଭଂଜ ବାଦାମପାହାଡ ଥାନା ଅଧୀନସ୍ଥ ଝିପାବନ୍ଧ ଗାଁ ନିକଟରୁ ଦୁଇ ନାବାଳକ ଭାଇଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ସାରା ଅଂଚଳରେ ଚାଚଂଲ୍ୟ ସୃଷ୍ଟି ହୋଇଛି । ଝିପାବନ୍ଧ ଗାଁର ମଧୁସୂଦନ ସିଂଙ୍କ ଦ୍ୱିତୀୟ ସ୍ତ୍ରୀ ରିଙ୍କି ଏବଂ ତାଙ୍କ ଦୁଇ ନାବାଳକ ପୁଅ ଗତ ମଙ୍ଗଳବାରରୁ ନିଖୋଜ ଥିଲେ ।

ଏନେଇ ମଧୁସୂଦନ ଥାନାରେ ଏତଲା ଦେଇଥିଲେ । ତେବେ ଦୁଇ ନାବାଳକଙ୍କ ମୃତଦେହ ମିଳିବା ପରେ ଗୁଣିଗାରେଡି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏବେ ବି ମା’ର କୌଣସି ପତ୍ତା ମିଳିପାରିନାହିଁ । ପୁଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ଦେଖନ୍ତୁ ଏହି ଭିଡିଓ –