ଆଜିଠାରୁ ୱେବସାଇଟ୍ ରେ ଉପଲବ୍ଧ ହେବ ମାଟ୍ରିକ ଓଏମ୍ଆର ସ୍କାନକପି

28

 କଟକ ବ୍ୟୁରୋ, କନକ ନ୍ୟୁଜ୍ :  ଆଜିଠାରୁ ୱେବସାଇଟରେ ମିଳିଲା ମାଟ୍ରିକ ଓଏମଆର ସିଟର ସ୍କାନ କପି । ସକାଳ ୮ଟାରୁ ଡବ୍ଲୁଡବ୍ଲୁଡବ୍ଲ ଡଟ୍ ଇଣ୍ଡିଆ  ରେଜେଲଟ୍ ଡଟ୍ କମ୍ ୱେବସାଇଟରୁ ଛାତ୍ରଛାତ୍ରୀ ନିଜନିଜର ଉତର ସିଟ ଡାଉନଲୋଡ କରିପାରିବେ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହା ଉପଲବ୍ଧ ହେବ । ତେବେ ଗତ ୨ ତାରିଖରୁ ରିଚେକିଂ ଓ ରିଆଡିସନ ସଂପର୍କିତ ଅଭିଯୋଗ ଅନଲାଇନରେ ଗ୍ରହଣ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ଅଭିଯୋଗ ଗ୍ରହଣର ମାସେ ମଧ୍ୟରେ ତ୍ରୁଟି ସଂଶୋଧନ କରାଯିବ ବୋଲି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି ।