ଖବର ପ୍ରସାରଣ ପରେ ମାତା ମାହେଶ୍ୱରୀ ତଥା ଶ୍ୱେତା ମଲ୍ଲିକଙ୍କ ବୟାନ ! କହିଲେ, ମୋ ନାଁରେ ଅଯଥାରେ କରାଯାଉଛି ଅପପ୍ରଚାର

910

କନକ ବ୍ୟୁରୋ : ଗଣମାଧ୍ୟମରେ ଖବର ପ୍ରସାରଣ ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ଶ୍ୱେତା ମଲ୍ଲିକ ଓରଫ ମାତା ମାହେଶ୍ୱରୀ । ଜୟପୁରରେ ମଠ ବନାଇ ପ୍ରବଚନ ଦେବା ପରେ ଶ୍ୱେତାଙ୍କୁ ନେଇ ଆରମ୍ଭ ହୋଇଥିଲା ଖବର ପରିବେଷଣ । ଏହାକୁ ନେଇ ପ୍ରତିକ୍ରିୟ୍ରା ରଖିଛନ୍ତି ରୂପେଲି ପରଦାରୁ ସନ୍ୟାସିନୀ ବନିଥିବା ଆଲବମ ହିରୋଇନ ଶ୍ୱେତା ମଲ୍ଲିକ। ସେ କହିଛନ୍ତି ୨୦୦୦ ମସିହାରେ ସେ ନିଜେ ମା ବୋଲି ଅନୁଭବ କଲେ । ତାଙ୍କ ଦେହରେ ବଡଧରଣର ପରିବର୍ତ୍ତନ ଆସିଲା । ଏବଂ ସେ ନିଜେ ସାରା ସଂସାରର ମା ବୋଲି ଅନୁଭବ କଲେ । ଏବେ ମୋ ନାଁରେ ଅଯଥାରେ ଅପପ୍ରଚାର କରାଯାଉଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଦିନ ଥିଲା ଶ୍ୱେତା ମଲ୍ଲିକ ତଥା ମାତା ମାହେଶ୍ୱରୀ ଓଡିଆ ଆଲବମ ଜଗତର କ୍ୱିନ ଥିଲେ । ଆଲବମରେ ନାଚିଲେ ଫାଟିପଡୁଥିଲା ଦର୍ଶକଙ୍କ ତାଳି । କିନ୍ତୁ ରୂପେଲି ପରଦାର ମୋହ ଓ ଚାକଚକ୍ୟର ଦୁନିଆ ତାଙ୍କୁ ବାନ୍ଧି ରଖିପାରିନଥିଲା । ରିଲ ଲାଇଫରେ ଅନେକ ଲୋକଙ୍କ ମନ ମୋହୁଥିଲେ । କିନ୍ତୁ ରିଅଲ ଲାଇଫରେ ସେ ଥିଲେ ଚାକଚକ୍ୟରୁ ଦୂରରେ । ସେ ହୋଇଯାଇଥିଲେ ସନ୍ୟାସିନୀ । ଆଉ ଜୟପୁରରେ ରହି ଲୋକଙ୍କୁ ଦେଉଛନ୍ତି ମୋକ୍ଷପ୍ରାପ୍ତିର ମାର୍ଗ । ସେ ବିବାହ କରିବା ପରେ ନିଜ ସ୍ୱାମୀଙ୍କ ସହ ଲୋକଙ୍କୁ ଦେଉଛନ୍ତି ସମସ୍ୟା ଦୂରର ମାର୍ଗ ।

ଭକ୍ତଙ୍କ ମହଲରେ ଶ୍ୱେତା ମଲ୍ଲିକା ଏବେ ମାତା ମାହେଶ୍ୱରୀ ନାଁରେ ଜଣାଶୁଣା । ତାଙ୍କ ସ୍ୱାମୀ ହେଉଛନ୍ତି ,ବାବା- ଅନନ୍ତ କେଶରୀ ସମ୍ରାଟ ବିଶ୍ୱ ସୃଷ୍ଟିକର୍ତ୍ତା । ଶେଷ ନାଗ ଉପରେ ବିରାଜିଛନ୍ତି ବାବା । ଆଉ ପଦ୍ମ ଫୁଲର ପାଖୁଡା ଉପରେ ମାତା । ଦେହରେ ପାଟବସ୍ତ୍ର, ବେକରେ ଫୁଲମାଳ । ପାଦତଳେ ପୂଜା କରୁଛନ୍ତି ଭକ୍ତ । ଚାରିଆଡି ଜୟ ଜୟକାର । ବାବା- ଅନନ୍ତ କେଶରୀ ସମ୍ରାଟ ବିଶ୍ୱ ସୃଷ୍ଟିକର୍ତ୍ତା । ମାତା- ମହେଶ୍ୱରୀ । ଯଜ୍ଞ ସ୍ଥଳରେ ଲାଗିଛି ମାତା ମାହେଶ୍ୱରୀଙ୍କ ବିଶ୍ୱରୂପ ଫଟୋ । ଜୟପୁରର ସୌରାଗୁଡାରେ ଆୟୋଜିତ ଆଦ୍ୟ ଅନନ୍ତ ଲଷ୍ମୀନାରାୟଣଙ୍କ କଳକୀ ମହାଯଜ୍ଞରେ ଅବିର୍ଭାବ ହୋଇଛି ଏହି ବାବା-ମାତାଙ୍କର । ସ୍ଥାନୀୟ ଲୋକ କହିଛନ୍ତି, ବାବା ତନ୍ତ୍ର ମନ୍ତ୍ର କରନ୍ତି ଏବଂ ଝଡା ଫୁଙ୍କା କରି ରୋଗ ଭଲ କରୁଥାନ୍ତି । ଯଜ୍ଞରେ ସେ ଭକ୍ତଙ୍କ ଠାରୁ ଟଙ୍କା ବି ନିଅନ୍ତି ନାହିଁ ।