ଥରିଲା ଦୂତାବାସ ! କାବୁଲ୍ ସ୍ଥିତ ଭାରତୀୟ ଦୂତାବାସ ନିକଟରେ ବିସ୍ଫୋରଣ

22

କନକ ବ୍ୟୁରୋ : ବିସ୍ଫୋରଣରେ ଥରିଲା ଭାରତୀୟ ଦୂତାବାସ । ଆଫଗାନିସ୍ତାନ ରାଜଧାନୀ କାବୁଲ୍ ସ୍ଥିତ ଭାରତୀୟ ଦୂତାବାସ ନିକଟରେ ହୋଇଛି ଆତ୍ମଘାତୀ ଆକ୍ରମଣ । ଦୂତାବାସ ନିକଟରେ ଏକ ଶକ୍ତିଶାଳୀ କାର୍ ବୋମା ବିସ୍ଫୋରଣ ହୋଇଛି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୯୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

ତେବେ ବିସ୍ଫୋରଣରେ ଭାରତୀୟ ଦୂତାବାସ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଶକ୍ତିଶାଳୀ ବିସ୍ଫୋରଣ ପ୍ରଭାବରେ ଦୂତାବାସର କିଛି ଝରକା କାଚ ଭାଙ୍ଗି ଯାଇଛି । କାବୁଲର ଏହି ହାଇ ସିକ୍ୟୁରିଟି ଜୋନରେ ବିସ୍ଫୋରଣ ପରେ ଘଟଣାସ୍ଥଳକୁ ନିୟନ୍ତ୍ରଣକୁ ନେଇଛନ୍ତି ସୁରକ୍ଷାକର୍ମୀ । ଗତ ମାର୍ଚ୍ଚ ମାସରେ କାବୁଲରେ ଆମେରିକା ଦୂତାବାସ ନିକଟରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।