ତୁଟିଲାନି ଜଳେଶ୍ୱରର ଜମାଳପୁର ଓ ଚୌଘୁନି ଗାଁ ବିବାଦ : ଆଜି ଅନୁଷ୍ଠିତ ହୋଇଛି ଗଣନିର୍ବାଚନ

21

କନକ ବ୍ୟୁରୋ : ତୁଟିଲାନି ଗାଁ ବିବାଦ। କେଉଁ ପଂଚାୟତରେ ରହିବ ସେ ନେଇ ଶେଷରେ ଆଜି ଅନୁଷ୍ଠିତ ହୋଇଛି ଗଣନିର୍ବାଚନ । ଜମାଳପୁର ଏବଂ ଚୌଘୁନି ଏହି ଦୁଇଟି ଗାଁକୁ ନେଇ ଚାଲିଛି ବିବାଦ ଯେ କେଉଁ ପଚାଂୟତରେ ଅନ୍ତର୍ଭୂକ୍ତ ହେବ । କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ନିର୍ଦେଶ ଅନୁସାରେ ଗଣଭୋଟ ହୋଇଛି । ପୁଣି ଶୁଣାଣି ପରେ ଯାଇ ଗଣ ଭୋଟ ଗଣନା କରାଯିବାକୁ ମଧ୍ୟ ନିର୍ଦେଶ ଜାରି ହୋଇଛି ।

ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଜମାଳପୁର ଓ ଚୌଘୁନି ଗ୍ରାମ । ପୂର୍ବରୁ ଏହା ରାୟାଁ ରାମଚନ୍ଦ୍ରପୁର ପଚାଂୟତର ଅନ୍ତଭୁକ୍ତ ଥିଲା । ଜନସଂଖ୍ୟା ବୃଦ୍ଧି ହେବାରୁ ସରକାର ନୂତନ ପଚାଂୟତ ଗଠନ କଲେ କୁଟସାହି ପଚାଂୟତ । ନିୟମ ଅନୁଯାଇ ପ୍ରତି ପଚାଂୟତରେ ଗୋଟିଏ ସ୍କୁଲ,ଡ଼ାକ୍ତରଖାନା,ପୋଷ୍ଟ ଅଫିସ, ଆର.ଆଇ ଅଫିସ ନିହାତି ରହିବା କଥା । ତେଣୁ ୫୬୩୨ ଜନସଂଖ୍ୟାରେ ରାୟାଁ ରାମଚନ୍ଦ୍ରପୁର ଏବଂ ୫୬୧୬ଜନସଂଖ୍ୟାରେ କୋଟସାହି ପଚାଂୟତ ଗଠନ କରାଗଲା ।

ସ୍ୱାର୍ଥରେ ବାଧା ହେବାରୁ ଗ୍ରାମର କିଛି ଲୋକ ଏହା ବିରୁଦ୍ଧରେ ମାମଲା ରୁଜୁ କଲେ ଯେ ଏଭଳି ହେଲେ ଗ୍ରାମବାସୀ ମାନେ ପଚାଂୟତ କାର୍ଯ୍ୟାଳୟକୁ ଯିବା ପାଇଁ ଦୂର ହେବ । ଆଉ କିଛି ଗ୍ରାମବାସୀ ସରକାରଙ୍କ ଆଦେଶକୁ ଗ୍ରହଣ କଲେ କାରଣ ସ୍କୁଲ ,ଡ଼ାକ୍ତରଖାନା,ପୋଷ୍ଟ ଅଫିସ ଉଭୟ ପଚାଂୟତରେ ରହିଲା । ମାତ୍ର ମାମଲା ଉପରେ ମାମଲା ହାଇକୋର୍ଟରେ ରୁଜୁ ହେବା ପରେ ମାନ୍ୟବର ହାଇକୋର୍ଟ ଗଣ ଭୋଟର ନିର୍ଦେଶ ଦେଇଥିଲେ ଯାହାକି ଆଜି ଅନୁଷ୍ଠିତ ହୋଇଛି ।

ଦେଖନ୍ତୁ ଏହି ଭିଡିଓ –