ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ପ୍ରସନ୍ନଙ୍କ ପାର୍ଥିବ ଶରୀର ! କାନ୍ଦବୋବାଲିରେ ଫାଟି ପଡୁଛି ଗାଁ, ଆଉ କିଛି ସମୟ ପରେ ହେବ ଶେଷକୃତ୍ୟ ।

155

କନକ ବ୍ୟୁରୋ : ପୈତୃକ ଗାଁ ତଥା ନିଜ ଜନ୍ମମାଟିରେ ପହଞ୍ଚିଲା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଓଡିଆ ଯବାନ ସହିଦ ପ୍ରସନ୍ନ ସାହୁଙ୍କର ପାର୍ଥିବ ଶରୀର । ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁରେ ଆଉ କିଛି ସମୟରେ ପରେ ପ୍ରସନ୍ନଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ । ପଞ୍ଚଭୂତରେ ଲୀନ ହେବେ ବୀର ସହିଦ ଓଡିଆ ଯବାନ । ସହିଦ ଯବାନ ପ୍ରସନ୍ନଙ୍କ ପାର୍ଥିବ ଶରୀର ପୈତୃକ ଗାଁରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ପୁରା ଗାଁ । ସାରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ଗୋଟିଏ ପରେ ବୀର ଯବାନ ସହିଦ ପ୍ରସନ୍ନଙ୍କୁ ହରାଇ ମନରେ ଦୁଃଖ ଓ କୋହ ଭରିରହିଥିବା ବେଳେ ଅନ୍ୟପଟେ ଦେଶପାଇଁ ଜୀବନ ଦେଇଥିବାରୁ ଗାଁଲୋକେ ଗର୍ବ ଅନୁଭବ କରୁଛନ୍ତି । ସହିଦ ଯବାନଙ୍କ ଅନ୍ତିମ ସଂସ୍କାର ପାଇଁ ଗାଁ ନଦୀ ପଠାରେ ପ୍ରସ୍ତୁତି କରାଯାଇଛି । ଜନ୍ମମାଟିରେ ସହିଦଙ୍କ ମରଶରୀର ପହଁଚି ସାରିଥିବା ବେଳେ ଶୋଭାଯାତ୍ରା କରାଯାଇ ମଶାଣିକୁ ନିଆଯିବ ଓ ସେଠାରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ମେଲାଣି ଦିଆଯିବ ।

ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ବୀର ଯବାନ ପ୍ରସନ୍ନ ସାହୁ । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଂଚଳବାସୀ ସହିଦଙ୍କୁ ଝୁରି ହେଉଛନ୍ତି । ଆଜି ସହିଦଙ୍କ ପାଇଁ ଗୁମୁରୁ ଗୁମୁରି କାନ୍ଦୁଛି ଜନ୍ମମାଟି । ସହିଦ ପ୍ରସନ୍ନ କୁମାର ସାହୁ ୧୯୯୫ ମସିହାରେ ସିଆରପିଏଫର ଯୋଗ ଦେଇଥିଲେ । ଏହାପରେ ସେ ଜମ୍ମୁକଶ୍ମୀରରେ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ ।