ଓଡିଶା ଉପରେ କାଟଜୁଙ୍କର ଆଉ ଏକ ବିବାଦୀୟ ଫେସବୁକ୍ ପୋଷ୍ଟ

71

କନକ ବ୍ୟୁରୋ : ଓଡିଶା ଉପରେ କାଟଜୁଙ୍କର ଆଉ ଏକ ଫେସବୁକ୍ ପୋଷ୍ଟ  । ଫେସବୁକରେ କାଟଜୁ ପୋଷ୍ଟ କରିଛନ୍ତି ଏକ କାର୍ଟୁନ । ଜୟ ଜଗନ୍ନାଥ ଲେଖି ଏକ କାର୍ଟୁନ ପୋଷ୍ଟ କରିଛନ୍ତି । ସେଥିରେ ମର୍କେଣ୍ଡେୟଙ୍କ ନିଜ ମୁଣ୍ଡକୁ ଏକ ହାତୁଡିରେ ପିଟୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଫେସବୁକରେ ଓଡିଶା ସଂପର୍କରେ କଟୁ ମନ୍ତବ୍ୟ ଦେଇ ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ପ୍ରଥମେ ଜୟ ଜଗନ୍ନାଥ କହିଥିଲେ ଚଳିଥାନ୍ତ ବୋଲି କହି ଆଉ ଏକ ବିବାଦୀୟ ମନ୍ତବ୍ୟ ପୋଷ୍ଟ କରିଛନ୍ତି ।

କାର୍ଟଜୁଙ୍କ ପୋଷ୍ଟକୁ ନେଇ କମେଂଟ କରିଥିବା ବ୍ୟକ୍ତିଙ୍କୁ ପ୍ରତିକ୍ରିୟା ରଖି ସେ କହିଛନ୍ତି ଓଡିଶା ବାବଦରେ ପୋଷ୍ଟ କରିଥିବା ମନ୍ତବ୍ୟ କେବଳ ଜୋକ୍ ଥିଲା । ତେବେ ଓଡିଶାକୁ ନେଇ ଏଭଳି ବିବାଦୀୟ ଟିପ୍ପଣୀ ଦେଇଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁଙ୍କ ଅନୁତାପ କରିବା ବଦଳରେ ଥଟାମଜା ସେନସକୁ ଅଧିକ ବଢାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହା ସହ ଦେଖନ୍ତୁ : ଓଡିଶାକୁ ଜଷ୍ଟିସ କାଟଜୁଙ୍କ କଟାକ୍ଷ : କହିଲେ, କଳିଙ୍ଗ ଯୁଦ୍ଧରେ ହାରିବା ପରେ ହତାଶ ଅଛନ୍ତି ଗରିବ ଓଡିଆ