ଓଡିଶାକୁ ଜଷ୍ଟିସ କାଟଜୁଙ୍କ କଟାକ୍ଷ : କହିଲେ, କଳିଙ୍ଗ ଯୁଦ୍ଧରେ ହାରିବା ପରେ ହତାଶ ଅଛନ୍ତି ଗରିବ ଓଡିଆ

48

କନକ ବ୍ୟୁରୋ : ଓଡିଶାକୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁଙ୍କ ଅପମାନ । ଜଷ୍ଟିସ୍ କାଟଜୁ ଏକ ଫେସବୁକ ପୋଷ୍ଟରେ ଓଡିଶା ସଂପର୍କରେ ଦେଇଛନ୍ତି କଟୁ ମନ୍ତବ୍ୟ । ସେ କହିଛନ୍ତି ଓଡିଶା ଭଳି ଗରିବ ରାଜ୍ୟ ସଂପର୍କରେ ଅଧିକ ବା କଣ କହି ହେବ । ଯେଉଁ ରାଜ୍ୟ ଏକଦା କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକ ଠାରୁ ହାରିବା ପରେ ଏକ ପ୍ରକାର ହତାଶ ହୋଇ ଯାଇଥିଲା ।

ଏବେ ସମୟ ବଦଳି ଯାଇଛି । ଓଡିଶାରେ ବହୁ ପାତ୍ର ଅଛନ୍ତି । ଯେମିତିକି ପାତ୍ର, ମହାପାତ୍ର ସାଙ୍ଗିଆ ଥିବା ବ୍ୟକ୍ତିଙ୍କ ଭିଡ ଏହି ରାଜ୍ୟରେ । ଏପରିକି ପଚ୍ଚନାୟକ ଭଳି କିଛି ଚତୁର ଓ ବିଜ୍ଞ ରାଜା ମଧ୍ୟ ଅଛନ୍ତି ଓଡିଶାରେ । କେବଳ ସେତିକି ନୁହେଁ ଓଡିଶାରେ ଅଛନ୍ତି ମହାପ୍ରଭୁ ଜଗନ୍ନାଥ । ଯାହାକୁ ଅସ୍ତ୍ର କରି ଓଡିଆ ବିହାରୀଙ୍କ ଉପରେ ପ୍ରତିଶୋଧ ବି ନିଅନ୍ତି ।

ଜଷ୍ଟିସ କାଟଜୁଙ୍କ ଏହି କଟାକ୍ଷକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ନିଜ ତୀକ୍ଷ୍ଣ ବୁଦ୍ଧି ଓ ଆଇନରେ ପାରଦର୍ଶିତା ଥିବା ସୁପ୍ରିମକୋର୍ଟର ଏହି ଅବସରପ୍ରାପ୍ତ ବିଚାରପତି କେମିତି ଏଭଳି ଦାୟିତ୍ୱହୀନ, ଶସ୍ତା ଓ ଅପମାନଜନକ ମନ୍ତ୍ୟବ ଦେଲେ, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସେପଟେ ଏହି ପୋଷ୍ଟକୁ ନେଇ ଓଡିଶାରେ ଓଡିଆମାନେ ବିରୋଧ କରିବୋ ତେଣୁ କାଟଜୁ ନିଜ ପୋଷ୍ଟର ଶେଷ ଭାଗରେ ଲେଖିଛନ୍ତି, ଏହାକୁ ନେଇ କେହି ସମ୍ମାନହାନୀର ମକଦ୍ଦମା ନକରିବାରୁ ସେ ଅନୁରୋଧ କରିଛନ୍ତି । ଏପରିକି ସେ କହିଛନ୍ତି ଏହା ସେ ଜୋକରେ ଲେଖିଛନ୍ତି ।