ପରାଜୟ ପରେ ବିଜେପିର ରଣହୁଙ୍କାର ! ୨୦୧୯ ପାଇଁ ରଣନୀତି, ତିଆରି ହେବ ହ୍ୱାଟସଆପ୍ ଗ୍ରୁପ୍

266

କନକ ବ୍ୟୁରୋ : ୫ ରାଜ୍ୟର ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ଜଣାପଡ଼ୁଛି କିପରି ହେବ ୨୦୧୯ ଲୋକସଭା ନିର୍ବାଚନ । ଗେରୁଆ ଗଡ଼ ଗୁଡ଼ିକରେ ପଦ୍ମ ମଉଳି ହାତ ଉଠିବା ପରେ ବିଜେପି ଶିବିରରେ ସୃଷ୍ଟି ହୋଇଛି କମ୍ପନ । କେଉଁ ରଣନୀତି ଆପଣାଇ ଆଗାମୀ ନିର୍ବାଚନରେ କଂଗ୍ରେସକୁ ମାତ୍ ଦିଆଯିବ ସେନେଇ ବୈଠକ ପରେ ବୈଠକ କରୁଛି ଦଳ । ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଗୁରୁବାର ଦିନ ପାଂଚ ରାଜ୍ୟର ନିର୍ବାଚନରେ ମିଳିଥିବା ପରାଜୟ ପରେ ଦଳର ବଡ଼ ବଡ଼ ନେତାଙ୍କ ସହ ମାରାଥନ୍ ବୈଠକ କରିଥିଲେ ।

ସୂତ୍ର ଅନୁସାରେ ଅମିତ୍ ଶାହ ବୈଠକରେ କହିଛନ୍ତି ବିଧାନସଭା ନିର୍ବାଚନରେ ଫଳାଫଳରୁ ଆଗକୁ ବଢ଼ି ଏବେ ସମ୍ପୂର୍ଣ୍ଣ ରୂପେ ୨୦୧୯ ନିର୍ବାଚେନ ଉପରେ ଧ୍ୟାନ ଦେବା ଜରୁରୀ । ଏବେ ଠାରୁ ପ୍ରସ୍ତୁତି ଉପରେ ଜୋର ଦେଇଛନ୍ତି ଶାହ । ଶାହ କହିଛନ୍ତି, ଲୋସଭାରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଚେହେରା ଆମ ପାଇଁ ସବୁଠାରୁ ବଡ଼ ଅସ୍ତ୍ର । କାରଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଏବେବି ଲୋକଙ୍କ ପ୍ରଥମ ପସନ୍ଦ ନରେନ୍ଦ୍ର ମୋଦି । ନିର୍ବାଚନ ହାରିଥିଲେ ହେଁ ମୋଦିଙ୍କ ଉପରେ ଏବେ ବି ଲୋକଙ୍କର ଆସ୍ଥା ରହିଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳ ଆଗାମୀ ଲୋକସଭା ନିର୍ବାଚନରେ କିପିର ବିଜୟ ହାସଲ କରିବ ସେନେଇ ଏବେଠାରୁ କାମ କରିବା ପାଇଁ ପଡ଼ିବ ।

ଆଉ ଏଥିପାଇଁ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ ଗରିବ କଲ୍ୟାଣ ଯୋଜନା ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପଡ଼ିବ । ଯେଉଁ ରାଜ୍ୟରେ ବିଜେପି ସରକାର ଶାସନରେ ଅଛନ୍ତି ଓ ଯେଉଁ ଗୁଡ଼ିକରେ ନାହାନ୍ତି ସବୁଗୁଡ଼ିକ ପାଇଁ ପ୍ରସ୍ତୁତ ହେବ ଭିନ୍ନ ରଣନୀତି । ଲୋକ କଲ୍ୟାଣକାରୀ ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଭିନ୍ନ ଭିନ୍ନ ହ୍ୱାଟସଆପ୍ ଗ୍ରୁପ୍ ତିଆରି କରାଯିବ । ଆଉ ସେଠାରେ ଲୋକଙ୍କୁ ଏକତ୍ରୀତ କରି କେନ୍ଦ୍ରୀୟ ଯୋଜନା ଓ କାର୍ଯ୍ୟକାରୀତା ବିଷୟରେ ବୁଝାଇବା ପାଇଁ ପଡ଼ିବ ।

ବୈଠକରେ ବିଗତ ଲୋକସଭା ନିର୍ବାଚନରେ ଯେଉଁ ସିଟ୍ ଗୁଡ଼ିକରେ ବିଜେପି ଦ୍ୱିତୀୟ ସ୍ଥାନରେ ଥିଲା, ଉକ୍ତ ସ୍ଥାନ ଗୁଡ଼ିକ ପାଇଁ ଦମଦାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଏପରି ଭାବେ ପ୍ରାୟ ୧୨୦ ସିଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ଧ୍ୟାନ ଦେବେ । ଏଥିମଧ୍ୟରେ ବିଜେପି ୧୪ ଡିସେମ୍ବର ରୁ ୨୨ଫେବୃୟାରୀ ପର୍ଯ୍ୟଜ ନିଜର ସଂଗଠାତ୍ମକ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ୧୧-୧୨ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ପରିଷଦର ଅଧିବେଶନ ହେବ । ଆଉ ଏହି ସମୟରେ ଦଳର ସମସ୍ତ ମୋର୍ଚ୍ଚା ଜାତୀୟ ଅଧବଶନରେ ମୋଦିଙ୍କ ସମେତ ବଡ଼ ବଡ଼ ନେତାମାନେ ଭାଗ ନେବେ । ଆଉ ସେଠାରେ ଆଗାମୀ ନିର୍ବାଚନ ପାଇଁ ସମସ୍ତ ଆଲୋଚନା ହେବ ।