ଲାଲଗଡରେ ଗୋଲାପି ମୋଡ : ମାଓ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜନ କଲା ଛତିଶଗଡ ବସ୍ତର ପୁଲିସ୍

43

କନକ ବ୍ୟୁରୋ : ଲାଲଗଡରେ ଗୋଲାପି ମୋଡ । ହିଂସା ଛାଡି ବିବାହ ବନ୍ଧନରେ ଆବଦ୍ଧ ହେଲେ ମାଓ ପ୍ରେମୀ ଯୁଗଳ। ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ମାଓ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜନ କଲା ଖୋଦ୍ ଛତିଶଗଡ ବସ୍ତର ପୁଲିସ୍ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଛତିଶଗଡ ବସ୍ତର ଜିଲ୍ଲାରେ । ଗୁଳି ବନ୍ଧୁକର ଗର୍ଜନ ପରେ ଏବେ ଦରଭା ଘାଟିରେ ଶୁଭିଛି ମାଓ ଦମ୍ପତିଙ୍କ ବିବାହ ସାହାନାଇ ।

ମାଓ ସଙ୍ଗଠନ ଛାଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବୁଧରାମ,ଲଛମନୀ ଓ ମାନସାୟ, ପଦ୍ମିନୀ । ବୈଦିକ ରୀତିରେ ମାଓ ପ୍ରେମୀ ଯୁଗଳଙ୍କ ବାହା ଘର କରାଇବା ସହ ଏକ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲା ଛତିଶଗଡ ବସ୍ତର ପୁଲିସ । ଧୂମଧାମରେ ହୋଇଛି ଏମାନଙ୍କ ବାହାଘର । ବାରାତରେ ସାମିଲ ହୋଇଥିଲେ ବସ୍ତର ଆଇଜି, କମିଶନର, ଜିଲ୍ଲପାଳଙ୍କ ଠାରୁ ଆରମ୍ଭ କରି ବହୁ ପ୍ରଶାସନିକ ଅଧିକାରୀ । ବ୍ୟାଣ୍ଡ, ବାଜା, ଡିଜେର ତାଳେ ତାଳେ ଝୁମି ଉଠିଥିଲେ ୩୦୦୦ରୁ ଅଧିକ ଲୋକ। ନ୍ୟୁଜ୍ ସହ ଦେଖିବା ଏହି ଭିଡିଓ :