ମାଓବାଦୀଙ୍କ ମନବଳ ବଢ଼ାଇଥିବା ଡକ୍ୟୁମେଂଟାରୀ ଜାରି କଲା ଲାଲବାହୀନି ! ବୁର୍କାପାଲ୍ ଅପରେସନର ଭିଡିଓ ଜାରିଆରେ ଦେଖାଇଲା ଦମ୍ଭ

40

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ମାଓବାଦୀ ଜାରି କରିଛନ୍ତି ଡକ୍ୟୁମେଂଟାରୀ ଭିଡିଓ । ବୁର୍କାପାଲ ଏନକାଉଣ୍ଟରକୁ ୧ ବର୍ଷ ପୁରିବାକୁ ଥିବା ବେଳେ ଏହି ଭିଡିଓ ରିଲିଜ କରି ମାଓଶକ୍ତି ଦେଖାଇବାକୁ ପ୍ରୟାସ କରିଛି ଲାଲବାହିନୀ । ଭିଡିରେ ରହିଛି ବୁର୍କାପାଲ୍ ମାଓ ହମଲାର ସତ  ଗରିଲା ଯୁଦ୍ଧରେ ମାହିର ପିଏଲଜିଏ କ୍ୟାଡରଙ୍କ ହାତରେ ଏକେ ୪୭ ବନ୍ଧୁକ । ତୁହାକୁ ତୁହା ଗୁଳିବର୍ଷଣ ।

ଘଂଚ ଜଙ୍ଗଲରେ ଚାଲିଛି ମାଓ ଅପରେସନ୍ । ୨୫ ଜଣ ଯବାନଙ୍କ ଜୀବନ ନେଇଥିବା ଛତିଶଗଡ ବୁର୍କାପାଲ୍ ମାଓ ହମଲାର ପ୍ରମାଣ ଦେଇଛି ଲାଲବାହୀନି । ପୁରା ଅପରେସନକୁ ଡକ୍ୟୁମେଂଟାରୀ ଭିଡିଓ କରି ଜାରି କରିଛି ଲାଲବାହିନୀ । କେମିତି ମାଓବାଦୀଙ୍କ ଚକ୍ରବ୍ୟୁହରେ ଫସିଯାଇଥିଲେ ସିଆରପିଏଫ୍ ଯବାନ ଏବଂ ସଫଳ ହୋଇଥିଲା ଅପରେସନ, ସେସବୁ ରହିଛି ଏହି ଭିଡିଓରେ ।

ମାଓ ଅପରେସନର ଟିକିନିଖି ଦୃଶ୍ୟ ରହିଛି ଡକ୍ୟୁମେଂଟାରୀ ଭିଡିଓରେ । ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ଦୁଇ କମରେଡଙ୍କୁ ଶେଷ ସମ୍ମାନ ଦେଉଛି ଲାଲବାହୀନି । ଲାଲ ସଲାମରେ ଫାଟି ପଡୁଛି ଦଣ୍ଡକାରଣ୍ୟ । ଛତିଶଗଡ ସୁକମାର ବୁର୍କାପାଲରେ ମାଓବାଦୀ ଘଟାଇଥିବା ଏତେବଡ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କ ମାଓ ବିରୋଧୀ ଦମନ ନୀତିକୁ ଦାୟୀ କରାଯାଇଛି । ବିଶେଷ କରି ଗ୍ରୀନ ହଂଟ୍ ଅପରେସନକୁ ବିରୋଧ କରି ରକ୍ତର ହୋଲି ଖେଳିଥିଲେ ମାଓବାଦୀ ।