ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ : ଦକ୍ଷିଣ ଜିଲ୍ଲାଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା,ମାଲକାନଗିରିରେ ଓ କନ୍ଧମାଳରେ ମାଓପୋଷ୍ଟର

37

କନକ ବ୍ୟୁରୋ : ଆଜିଠାରୁ ମାଓବାଦୀମାନେ ପାଳନ କରୁଛନ୍ତି ସହିଦ୍ ସପ୍ତାହ । ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ପାଳନ କରିବେ ସହିଦ୍ ସପ୍ତାହ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆପାଙ୍ଗାରେ ଲାଲବାହିନୀ ବ୍ୟାନର ମାରି ବନ୍ଦ୍ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି । ମାଓବାଦୀ ଦମନ ଅଭିଯାନ ଗ୍ରୀନହଂଟକୁ ବିରୋଧ, ପିଏଲଜିଓରେ ସାମିଲ ହୁଅନ୍ତୁ ଏଭଳି ଲେଖା ଅଛି । ସେହିଭଳି ମାଲାକାନଗିରି ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇ ବନ୍ଦ୍ ପାଳନ ପାଇଁ ଆହ୍ୱାନ ଦିଆଯାଇଛି ।

mao

ସହିଦ ସପ୍ତାହ’କୁ ନେଇ ମାଓବାଦୀଙ୍କ ଡାକରା ସାଧାରଣରେ ଭୟ ସଞ୍ଚାର କରିଛି । ଏହି ସମୟରେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ବସ୍ ଚଳାଚଳ ବି ବନ୍ଦ ରହିବ । ନକ୍ସଲମାନେ ବି ଗାଁ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରି ଲୋକଙ୍କୁ ଏକତ୍ର କରିବା ଆରମ୍ଭ କରିଛନ୍ତି । ଏସବୁକୁ ଆଖି ଆଗରେ ରଖି ନକ୍ସଲମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ପୁଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଓପ୍ରବଣ ଅଂଚଳରେ ଏସଓଜି, ବିଏସଏଫ୍ ଓ ଡିଭିଏଫ୍ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଗୁଇନ୍ଦା ବିଭାଗ ତତ୍ପର ରହିଥିବା ଜଣାପଡ଼ିଛି ।