ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା, ୨ଜଣଙ୍କୁ ଅପହରଣ

23

ମାଲକାନଗିରି : ମାଲକାନଗିରିରେ ପୁଣି ମାଓବାଦୀ ବର୍ବରକାଣ୍ଡ । କୁଡୁମୁଲୁଗୁମ୍ମା ବ୍ଲକର ଚନ୍ଦନପୁର ଗାଁରେ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଏହାସହ ଦୁଇ ଜଣଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ରବି ପୂଜାରୀ ବୋଲି ସୂଚନା ମିଳିଛି । ତେବେ ପଣସପୁଟ ଏନକାଉଂଟର ପରେ ଗାଁଛାଡି ରବି ପୂଜାରୀ ଚନ୍ଦନପୁରରେ ରହୁଥିଲେ ।