ମାଲକାନଗିରି ସୀମାରେ ପୁଣି ମାତିଲେ ଲାଲବାହିନୀ : ଛୁଟିରେ ଘରକୁ ଫେରୁଥିବା ଯବାନଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ

23

କନକ ବ୍ୟୁରୋ :  ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବିଜାପୁରରେ ଜଣେ ଯବାନଙ୍କୁ ଅପହରଣ କରିବା ପରେ ହତ୍ୟା କଲେ ମାଓବାଦୀ । ଯବାନ ସୀତାରାମ ବାକଡେଙ୍କୁ ମାଓବାଦୀମାନେ ଅପହରଣ କରି ହତ୍ୟା କରିଛନ୍ତି । ସୀତାରାମ ଆସୁଥିବା ବସକୁ ଅଟକାଇ ତାଙ୍କୁ ଅପହରଣ କରାଯାଇଥିଲା । ଯବାନ ଜଣକ ଛୁଟିରେ ଘରକୁ ଫେରୁଥିବା ବେଳେ ଅପହରଣ ଓ ହତ୍ୟାର ଶିକାର ହୋଇଛନ୍ତି ।

ଏହା ସହ ଜଣେ ଗାଡି ଚାଳକଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଖାଲି ସେତିକି ନୁହେଁ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ୧୨ଟି ଗାଡିକୁ ପୋଡି ଦେଇଛନ୍ତି ମାଓବାଦୀ । ଏହା ସହ ଏକ ବରଯାତ୍ରୀ ବସରେ ମଧ୍ୟ ନିଅାଁ ଲଗାଇ ଦେଇଛନ୍ତି । ବରଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ମାଓବାଦୀମାନେ ବସରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି ।