ଲାଲଗଡରେ ପୁଣି ଲାଗିଲା ଲାଲ ଫତୱା : ରାୟଗଡା ଶିକରପାଇରେ ମାଓ ପୋଷ୍ଟର

18

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ଶିକରପାଇ ଗାଁରେ ମାଓ ପୋଷ୍ଟର । ଭୋଟରଙ୍କୁ ମଦ ଓ ଟଙ୍କା ନ ବାଂଟିବାକୁ ଚେତାବନୀ । ଶିକରପାଇ ଗାଁରେ ଆଜି ସକାଳୁ ମାଓବାଦୀମାନେ ପୋଷ୍ଟର ଲଗାଇ ଥିବା ଦେଖିବାକୁ ମିଳିଛି । ନିର୍ବାଚନ ବେଳେ ଭୋଟରଙ୍କୁ ମଦ ଓ ଟଙ୍କା ବାଂଟିଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ଦ୍ୱାରା ଚେତାବନୀ ଦେଇଛନ୍ତି ମାଓବାଦୀ । ଏହା ସହ ବିନା କାରଣରେ ଛଟେଇ କରାଯାଇଥିବା ଜେ.କେ. ପେପର ମିfe ୨୭୦ ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ ମଧ୍ୟ ପୋଷ୍ଟରରେ ଲେଖାଯାଇଛି ।

ଜେ.କେ. ପେପର ମିfe ଦୁଇ ଜଣ ଅଧିକାରୀଙ୍କୁ ପୋଷ୍ଟରରେ ଚେତାବନୀ ଦିଆଯାଇଛି । ସେହିପରି ଗୁଡାରୀର ଦୁଇ ଜଣ ଠିକାଦାର _êଲିସ ଇନଫର୍ମର ଥିବାରୁ ଓ ଲାଂଜିଗଡର ଦୁଇ ଜଣ ଦଲାଲ ବେଦାନ୍ତ କଂପାନୀ ସପକ୍ଷରେ ଲୋକଙ୍କୁ ମତାଉ ଥିବାରୁ ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖିଛନ୍ତି ମାଓବାଦୀ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :