ନବରଙ୍ଗପୁର: ରାଇଘର ଡଗ୍ରିପରା ଛକରେ ମାଓ ପୋଷ୍ଟର ଜବତ

82

କନକ ବ୍ୟୁରୋ : ମାଓ ପୋଷ୍ଟର ଜବତ, ପୋଷ୍ଟରରେ ଭୋଟ୍ ବର୍ଜନ କରିବାକୁ ମାଓବାଦୀଙ୍କ ଚେତାବନୀ । ଭୋଟ ଦେଲେ ହାତ କାଟି ଦେବାକୁ ଧମକ ଦେଇଛନ୍ତି ମାଓବାଦୀ । ମାଲକାନଗିରିର ମାଓ ଡିଭିଜନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ନବରଙ୍ଗପୁର ରାଇଘର ଡଗ୍ରିପରା ଛକରେ ଆଜି ଏହି ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ପଂଚାୟତ ନିର୍ବାଚନ ଥିବାରୁ ଲୋକମାନେ ମାଓବାଦୀଙ୍କ ଏପରି ଆହ୍ୱାନରେ ଆତଙ୍କିତ ହୋଇପଡିଛନ୍ତି । ତେବେ ମାଓ ପୋଷ୍ଟର ଜବତ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :