ହାତରେ କଲମ ଧରିବେ ବନ୍ଧୁକ ଛାଡିଥିବା ମାଓବାଦୀ ! ଆତଙ୍କ ଖେଳାଉଥିବା ନକ୍ସଲଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ପ୍ରୟାସ

29

କନକ ବ୍ୟୁରୋ : ହାତରେ କଲମ ଧରିବେ ବନ୍ଧୁକ ଛାଡିଥିବା ମାଓବାଦୀ । ଆତଙ୍କ ଖେଳାଉଥିବା ନକ୍ସଲଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ନକ୍ସଲ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ଶିକ୍ଷାର ଆଲୋକ ଦେଖାଇବା ପାଇଁ ଆରମ୍ଭ କରିଛି ପୁଲିସ ଆରମ୍ଭ କରିଛି ଏକ ନୂଆ ଫର୍ମୁଲା ।

ପ୍ରାୟ ୫୦ରୁ ଅଧିକ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ୬ ମାସ ଧରି ଶିକ୍ଷାଦିଆଯିବା ପରେ ସେମାନେ ସିଧାସଳଖ ଯୁକ୍ତ ୩ରେ ନାମଲେଖାଇପାରିବେ । ଏଥିସହ ନକ୍ସଲ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାରର ପିଲାମାନଙ୍କ ପାଇଁ ମଧ୍ୟ ଶିକ୍ଷାର ବ୍ୟବସ୍ଥା କରାଇବାକୁ ଯୋଜନା କରାଯାଇଥିବା ଜଣାପଡିଛି ।