‘ତଲାକ୍’ ହେଲା ‘ନିକାହ’ ! ସିନେମା ରକ୍ଷା କଲା ସଂପର୍କ

37

୧୯୮୨ରେ ରିଲିଜ୍ ହୋଇଥିଲା ସୁପରହିଟ୍ ସିନେମା ‘ନିକାହ’ । ହେଲେ ପ୍ରଥମେ ଏହି ସିନେମାର ନାଁ ‘ନିକାହ’ ନଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ଯଦି ସିନେମାର ନାଁ ଯଦି ପରିବର୍ତ୍ତନ କରି ‘ନିକାହ’ ରଖାଯାଇ ନଥାନ୍ତା ତେବେ ସେହି ବର୍ଷ ଅନେକ ତଲାକ୍ ହୋଇ ଯାଇଥାନ୍ତା । ତେବେ ଜାଣନ୍ତୁ ଏମିିତି କଣ ଥିଲା ଏହି ସିନେମାରେ ଯାହା ତଲାକର କାରଣ ହୋଇଥାନ୍ତା ।

ଏହି ସୁପରହିଟ୍ ସିନେମାରେ ଅଭିନୟ କରିଥିଲେ ସଲମା ଆଗା, ରାଜ୍ ବବର୍ ଏବଂ ଦୀପକ ପରାଶର୍ । ପ୍ରଥମେ ଏହି ସିନେମାର ନାଁ ଥିଲା ‘ତଲାକ୍ ତଲାକ୍ ତଲାକ୍’ । ଏବେ ଜାଣନ୍ତୁ କେମିତି ପରିବର୍ତ୍ତନ ହେଲା ସିନେମାର ନାଁ । ଦିନେ ନିର୍ମାତା ନିର୍ଦେଶକ ବି.ଆର୍ ଚୋପ୍ରାଙ୍କୁ ତାଙ୍କର ଜଣେ ସାଙ୍ଗ ଦେଖାକରିବାକୁ ଆସିଥିଲେ । ଯେତେବେଳେ ତାଙ୍କୁ ଏହି ସିନେମାର ନାଁ ଜଣା ପଡିଲା ବହୁତ ଆଶ୍ଚର୍ଯ୍ୟ ହୋଇ ବି.ଆର୍ ଚୋପ୍ରାଙ୍କୁ କହିଥିଲେ ‘ତମେ କେତେ ଲୋକଙ୍କର ଯେ ତଲାକ୍ କରେଇଦେବ ଠିକ୍ ନାହିଁ ’ ।

ଏହା ପରେ ତାଙ୍କୁ ବୁଝାଇଥିଲେ କୌଣସି ମୁସଲମାନ୍ ବ୍ୟକ୍ତି ଏହି ସିନେମା ଦେଖି ଆସିବା ପରେ ତାଙ୍କ ପତ୍ନୀ ଯଦି ନାଁ ପଚାରିବେ ତେବେ ସେ କଣ ଉତ୍ତର ଦେବେ । ସିନେମାର ଉତ୍ତର ଦେଉ ଦେଉ ସେମାନଙ୍କର ତଲାକ୍ ହୋଇଯିବ । ଏକଥା ଶୁଣିବା ପରେ ବି.ଆର୍ ଚୋପ୍ରା ସିନେମା ନାଁ ପରିବର୍ତ୍ତନ କରି ରଖିଥିଲେ ‘ନିକାହ’ ।

ଏହା ସହ ପଢନ୍ତୁ ଯେବେ ଅନ୍ତରଙ୍ଗ ମୁହୂର୍ତ୍ତରେ ଧରାପଡିଥିଲେ ଧର୍ମେନ୍ଦ୍ର ଓ ହେମା! ଜାଣନ୍ତୁ ପୁଣି କଣ ହେଲା . . . .