ସ୍ତ୍ରୀ ସାଧିଲା ଦାଉ : ମୁକ୍ତି ପାଇଁ ବ୍ୟାଙ୍କ୍ ଲୁଟର ଡ୍ରାମା କରି ସ୍ୱାମୀ ଗଲା ଜେଲ୍

29

lorenceସ୍ତ୍ରୀ ସାଧିଲା ଦାଉ । ସ୍ୱାମୀ ମୁଣ୍ଡରେ ପଡିଲା ଚଡକ । ଘରେ ରହିବାଠାରୁ ଜେଲ୍ ଜୀବନ ସୁଖମୟ ବୋଲି ସ୍ୱାମୀ ଭାବିଲେ । ଆଉ ଶେଷରେ ଜେଲ୍ ଯିବାର ବାଟ ବାଛିନେଲେ । ଡେକାନ୍ କ୍ରୋନିକଲରେ ପ୍ରକାଶିତ ଖବର ଅନୁସାରେ ଆମେରିକାର ୭୦ ବର୍ଷୀୟ ଲରେନ୍ସ ଜନଙ୍କୁ ତାଙ୍କ ସ୍ତ୍ରୀ ସବୁବେଳେ ହଇରାଣ କରୁଥିଲେ । ସ୍ତ୍ରୀଙ୍କ ତଳେ ମିଶିକି ରହିବାକୁ ଆଉ ପସନ୍ଦ କଲେ ନାହିଁ ଲରେନ୍ସ। ଶେଷରେ ବାଛିଲେ ଏକ ଅଜବ ବାଟ। ଆମେରିକାର କାନ୍ସ ସହରର ଏକ ବ୍ୟାଙ୍କକୁ ଲୁଟିବାକୁ ଗଲେ ଲରେନ୍ସ। ଆଉ ଶେଷରେ ପୁଲିସ ହାତରେ ଗିରଫ ହେଲେ ଲରେନ୍ସ । ଏବେ ଲରେନ୍ସ ମନେ ମନେ ଭାରି ଖୁସି।