ଯବାନ ରଖିଲେ ମାତୃଭୂମିର ମୂଲ୍ୟ ! ସନ୍ତାନ ପାଇଁ ୧୪ ହଜାର ଟଙ୍କା ଖର୍ଚ୍ଚ କରି ନିଜ ଦେଶର ମାଟିକୁ ମଗାଇଲେ ଯବାନ ।

381

ଦେଶର ମାଟିର ମୂଲ୍ୟ ଜଣେ ଯବାନ ପାଇଁ କେତେ ମହତ୍ତ୍ୱ ରଖିଥାଏ ତାହା କେବଳ ଜଣେ ଯବାନ ହିଁ ଅନୁଭବ କରିପାରିଥାଏ । ଯେତେବେଳେ ଦେଶର ଲୋକ ନିଘୋଡ଼ ନିଦରେ ଶୋଇଥାନ୍ତି ସେତେବେଳେ ଦେଶବାସୀଙ୍କ ସୁରକ୍ଷା ପାଇଁ ଖରା, ବର୍ଷା. ଶୀତ କାକରରେ ଯବାନଟିଏ ପହରା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯବାନଙ୍କ କାହାଣୀ କହିବୁ ଯିଏ କି ନିଜ ଦେଶପ୍ରେମର ଝଲକ ଏଭଳି ଦେଖାଇଛନ୍ତି ଯାହାକୁ କେବେ କେହି କଳ୍ପନା କରିପାରିବେ ନାହିଁ । ଆମେରିକା ସେନାରେ ଜଣେ ପାରାଟ୍ରୁପର ଯବାନ ଭାବେ ମୁତୟନ ଥିଲେ ଟୋନି ଟ୍ରେକୋନି ।

ଟୋନିଙ୍କ ପତ୍ନୀ ଯେତେବେଳେ ଗର୍ଭବତୀ ହୋଇଥିଲେ ସେତେବେଳେ ଟୋନି ଇଟାଲୀର ପଦୁଆ ପ୍ରାନ୍ତରେ ମୁତୟନ ଥିଲେ । ଏହି ଅଞ୍ଚଳ ଟୋନିଙ୍କର ସହରଠାରୁ ବହୁ ଦୂରରେ ଥିଲା । ଟୋନି ଆଶା କରିଥିଲେ ଯେ ଛୁଆ ଜନ୍ମ ହେବା ବେଳକୁ ସେ ନିଜ ଦେଶକୁ ଫେରିଯାଇଥିବେ । କିନ୍ତୁ ଟୋନିଙ୍କର ଇଟାଲୀରେ କାର୍ୟ୍ୟକାଳ ବଢିଯାଇଥିଲା । ଯାହାଫଳରେ ସେ ନିଜ ଦେଶ ଆମେରିକାକୁ ଫେରିପାରିନଥିଲେ । ଏହା ଦେଖି ଟୋନି ସ୍ୱପ୍ନ ଦେଖିଥିଲେ ଯେ ତାଙ୍କ ଛୁଆ ଯେତେବେଳେ ଜନ୍ମ ହେବ ସେତେବେଳେ ସେ ଯେମିତି ନିଜ ଦେଶର ମାଟିରେ ହିଁ ପାଦ ଦେବ । ଏଥିପାଇଁ ପତ୍ନୀଙ୍କର ପ୍ରସବର ମାସକ ପୂର୍ବରୁ ଟୋନି ନିଜ ସହର ଟେକସାସରୁ ମାଟି ଇଟାଲିକୁ ମଗାଇଥିଲେ ।

କୋରିୟର ମାଧ୍ୟମରେ ମାଟି ମଗାଇବାକୁ ଟୋନିଙ୍କୁ ପ୍ରାୟ ୨୦୦ ଡ଼ଲାର(୧୪ ହଜାର ଟଙ୍କା) ଖର୍ଚ୍ଚ କରିବାକୁ ପଡିଥିଲା । ଶେଷରେ ଯୋଜନା ମୁତାବକ ଆମେରିକାର ଟେକସାସରୁ କୋରିୟର ମାଧ୍ୟମରେ ଇଟାଲିକୁ ମାଟି ଆସିଥିଲା । ଏହା ପରେ ପ୍ରସବ ସମୟରେ ଟୋନି ପତ୍ନୀଙ୍କ ମେଡିକାଲ ଶଯ୍ୟା ତଳେ ଏହି ମାଟିକୁ ରଖିଥିଲେ । ଯେତେବେଳେ ତାଙ୍କ ଛୁଆ ଜନ୍ମ ହୋଇଥିଲା ସେତେବେଳେ ଛୁଆଟି ଏହି ମାଟି ଉପରେ ପାଦ ରଖିଥିଲା । ଏହା ପରେ ଟୋନିଙ୍କ ଦେଶର ମାଟିକୁ ନେଇ ଦେଖିଥିବା ସ୍ୱପ୍ନ ସାର୍ଥକ ହୋଇଥିଲା ।