କରୋନା ଭାଇରସ୍ ଆତଙ୍କ : ଭାଇରସ ସଂକ୍ରମଣରେ ଚୀନରେ ୫୬ ଜଣଙ୍କ ମୃତ୍ୟୁ,ଦୁଇ ହଜାରରୁ ଅଧିକ ଲୋକ ଆକ୍ରାନ୍ତ

367

କନକ ବ୍ୟୁରୋ : କରୋନା ଭାଇରସ୍ ଆତଙ୍କ । ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ସଂକ୍ରମଣରେ ବର୍ତମାନ ସୁଦ୍ଧା ୫୬ଜଣ ଲୋକଙ୍କ ପ୍ରାଣହାନୀ ହୋଇଛି । ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଥିବା ଜଣାଡ଼ିଛି । ଚୀନ ବ୍ୟତିତ ଫ୍ରାନ୍ସ, ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଆମେରିକା, ଭିଏତନାମ, ସିଂଗାପୁର, ହଙ୍ଗକଙ୍ଗ, ନେପାଳ, ମକାଉ, ଏବଂ ତାଇୱାନରେ ଏହି ଭାଇରସର ପ୍ରବେଶ କରିସାରିଛି । ଚୀନରେ ଏହି ଭାଇରସ ସଂକ୍ରମଣ କ୍ଷିପ୍ର ବେଗରେ ମାଡୁଥିବାରୁ ଦୁଇଟି ସ୍ୱତନ୍ତ୍ର ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରାଯାଇଛି ।

ଚୀନର ବୁହାନ ସରକାର ୧୫ଦିନ ଭିତରେ ୧୩ଶହ ଶଯ୍ୟା ବିଶିଷ୍ଠ ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ସେପଟେ ଭାଇରସକୁ ନେଇ ସତର୍କ ଭାରତ ସରକାର । ବେଜିଂରେ ଥିବା ଭାରତୀୟମାନେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । କରୋନାର ଭୟବହତାକୁ ଦୃଷ୍ଟିରେ ରଖି ଚୀନରେ ଥିବା ପ୍ରବାସୀ ଭାରତୀୟ ନିୟମିତ ସ୍ୱାସ୍ଥ୍ୟ ପରିକ୍ଷା କରିବାକୁ ପରମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ।