ଏତେ ନିଷ୍ଠୁର ହୃଦୟ ! କାକୁତି ମିନତି ହୋଇ ମାଗୁଥିଲା ଜୀବନର ଭିକ, ତଥାପି ବି ଚୋର ସନ୍ଦେହରେ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲା ଭିଡ

237

ବିହାରର ଅରରିୟା ଜିଲ୍ଲାରେ ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିଥିବା ମାମଲା ସାମନାକୁ ଆସିଛି । ଅରରିୟା ଜିଲ୍ଲାର ସିକଟି ଥାନା କ୍ଷେତ୍ରରେ ସିମରବନୀ ଗାଁରେ ଶନିବାର ଦିନ ଏହି ଘଟଣା ଘଟିଛି । ରାତିରେ ପାଖାପାଖି ୩୦୦ ଜଣ ଲୋକଙ୍କ ଭିଡ ପଶୁ ଚୋରି ସନ୍ଦେହରେ ୫୫ ବର୍ଷୀୟଳ ବୃଦ୍ଧ କାବୁଲଙ୍କୁ ପିଟି ପିଟି ହତ୍ୟା କରିଦେଇଛନ୍ତି । ପୀହିତ କାବୁଲ ନିକଟ ଗାଁର ନିବାସୀ ଥିଲା । ଭିଡ ଦ୍ୱାରା କାବୁଲ ମରିଥିବା ଭିଡିଓ ବି ଭାଇରାଲ ହୋଇଛି । ଏଥିରେ କାବୁଲ କାକୁତି ମିନତି ହୋଇ ଜୀବନର ଭିକ୍ଷା ମାଗୁଥିଲେ । କିନ୍ତୁ ଲୋକଙ୍କ ହୃଦୟ ତରଳି ନଥିଲା । ଭିଡ ତାଙ୍କୁ ସେ ପର୍ଯ୍ୟନ୍ତ ମାରିଚାଲିଥିଲା, ଯେ ପର୍ଯ୍ୟନ୍ତ ତାଙ୍କ ଜୀବନ ଚାଲିନଯାଇଛି ।

ଭିଡିଓରେ ଦେଖିବାକୁ ମିଳୁଛି କି ଭିଡ ତାଙ୍କ ଚେହେରାକୁ ବାଡିରେ ପ୍ରହାର କରୁଛନ୍ତି ଓ ଚୋର କହୁଛନ୍ତି । ଆକ୍ରମଣକାରୀଙ୍କ ନେତୃତ୍ୱ ନେଉଥିବା ମୁସଲିମ୍ ମିୟାଁ ନାମକ ଯୁବକ ହସି ହସି ଭିଡକୁ ଆକ୍ରମଣ ପାଇର୍ ଉକୁସାଉଥିଲା । ଭିଡ ବୃଦ୍ଧାଙ୍କ ପ୍ୟାଣ୍ଟ ବି କାଢ଼ି ଦେଇଥିଲେ । ଭିଡିଓରେ ଆକ୍ରମଣକାରୀଙ୍କ ଚେହେରା ସ୍ପଷ୍ଟ ନଜର ଆସୁଥିଲେ ସୁଦ୍ଧା ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନି । ଗାଁର ପୂର୍ବତନ ମୁଖିଆ କାବୁଲ ଭିଡକୁ କହୁଥିଲା କି, ସେ ପଶୁ ଚୋରି କରିନି ବୋଲି । କିନ୍ତୁ ତାଙ୍କର କଥା କେହି ଶୁଣିଲେନି । ମୁସଲିମ୍ ମିୟାଁ ପୂର୍ବରୁ ମଧ୍ୟ କାବୁଲଙ୍କ ବିରୋଧରେ ପଶୁ ଚୋରି ମାମଲା ରୁଜୁ କରାଇଥିଲେ । ପୁଲିସକୁ ଏହି ବାବଦରେ ୨ଦିନ ପରେ ସୂଚନା ମିଳିଲା, ଯେବେ ଭିଡିଓ ଭାଇରାଲ ହେଲା ।