କେଇ ଘଣ୍ଟାର ମୃତ୍ୟୁ ପରେ ପୁଣି ଫେରିଲା ଜୀବନ ! ଡାକ୍ତରଖାନାରେ ମୃତ ଘୋଷଣା ହେବା ପରେ କିଛି ଏଭଳି ଭାବରେ ମଶାଣୀରୁ ଜିଇଁ ଉଠିଲେ ଏହି ବ୍ୟକ୍ତି ।

166

ଜୀବନ ଏବଂ ମୃତ୍ୟୁ ଦୁଇଟା ଯାକ ଭଗବାନଙ୍କ ହାତରେ ଥାଏ । ଯେପର୍ଯ୍ୟନ୍ତ ଭଗବାନ ଚାହିଁନଥାନ୍ତି ସେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିର କିଛିବି ଅସୁବିଧା ହୋଇନଥାଏ । ଭଗବାନ ଚାହିଁଲେ ମୃତ ବ୍ୟକ୍ତିକୁ ମଧ୍ୟ ଜୀବନ୍ତ କରିଦେଇପରିବେ । ପୂୂର୍ବରୁ ମଧ୍ୟ ମୃତ ବ୍ୟକ୍ତି ଜୀବନ୍ତ ହେବା ଭଳି ଘଟଣା ଅନେକ ଦେଖିବାକୁ ମିଳିଛି । ଠିକ ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଏକ ଗ୍ରାମିଣ ଅଞ୍ଚଳରେ । ଜଣେ ବ୍ୟକ୍ତିଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ନିଆଯାଉଥିବା ବେଳେ ବ୍ୟକ୍ତି ଜଣକ ଜୀବିତ ହୋଇ ଉଠିଥିଲେ । ଏବେ ସେହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ମୁମ୍ବାଇ ହସପିଟାଲରେ ଇଶ୍ୱର ପାୱେଡେ ନାମକ ଜଣେ ୩୫ ବର୍ଷିୟ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଥିଲା । ଇଶ୍ୱର ମହାରାଷ୍ଟ୍ରର ସୋଲାପୁରରେ ରହି କାମ କରୁଥିଲେ । ସେଠାରେ ଗତ କିଛି ଦିନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ତା ଖରାପ ହେବାରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ଗତ ବୁଧବାର ଦିନ ଡାକ୍ତର ଇଶ୍ୱରଙ୍କୁ ମୃତ ଘୋଷଣା କରିବା ସହିତ ଶବକୁ ପରିବାର ଲୋକଙ୍କ ହସ୍ତଗତ କରାଇଥିଲେ ।

ପରିବାର ଲୋକେ ଶବକୁ ଡାକ୍ତରଖାନାରୁ ଆଣି ଅନ୍ତିମ ସଂସ୍କାର କରିବା ପାଇଁ ଶ୍ମଶାନକୁ ନେଇଯାଇଥିଲେ । ସେଠାରେ ତାଙ୍କର ଜଣେ ବନ୍ଧୁ ଶବକୁ ଧରି କାନ୍ଦୁ ଥିବା ବେଳେ ଇଶ୍ୱରଙ୍କ ଛାତିର ସ୍ପନ୍ଦନକୁ ଶୁଣି ପାରିଥିଲେ । ବ୍ୟକ୍ତି ଜଣକ ସେଠାରୁ ଦୌଡି ଆସି ଏହି ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ଏହି କଥାକୁ କେହି ବିଶ୍ୱାସ କରିନଥିଲେ । କିଛି ସମୟ ବିତିବା ପରେ ହଠାତ ଇଶ୍ୱର ଆଖି ଖୋଲି ବସିପଡିଥିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକ୍କିତ ହୋଇଯାଇଥିଲେ । ସେଠାରେ ଇଶ୍ୱରଙ୍କୁ ଜୀବିତ ଦେଖି ପରିବାର ଲୋକେ ତୁରନ୍ତ ଇଶ୍ୱରଙ୍କୁ ମେଡିକାଲ ନେଇଯାଇଥିଲେ । ଏବେ ଇଶ୍ୱର ମେଡିକାଲରେ ଚିକିତ୍ସିତ ଅବସ୍ତାରେ ରହିଥିବା ବେଳେ ପରିବାର ଲୋକେ ଇଶ୍ୱରଙ୍କୁ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ।